www.samajalive.in
Monday, December 15, 2025
26.1 C
Bhubaneswar

ଦଳିଦେଲା ଗୋଠ ଛଡ଼ା ଦନ୍ତା: ଜଣେ ମୃତ, ଜଣେ ଗୁରୁତର

ପାଟଣା: ପାଟଣା ବନାଞ୍ଚଳ ଅନ୍ତର୍ଗତ ଜାମୁଲେଇବେଡ଼ାନର୍ଦନବେଡା ରାସ୍ତାର ପିଛୁଳାବେଡ଼ା ନିକଟରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜ​‌​‌ଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଯାଜପୁର ଜିଲ୍ଲା ଜେନାପୁର ଥାନା ସୁଆଁପୁର ଗ୍ରାମର ବିରଞ୍ଚି ଜେନା(୪୨)। ଯାଜପୁର ଜିଲା ମଙ୍ଗରାଜପୁର ଗ୍ରାମର ଯୋଗେନ୍ଦ୍ର ବାହାଲିଆ(୬୦) ଗୁରୁତର ଆହତ ହୋଇଛନ୍ତି।

ଏକ ପୋଲ ନିର୍ମାଣ ପାଇଁ  ଠିକା ସଂସ୍ଥା ପକ୍ଷରୁ ଅସ୍ଥାୟୀ ତମ୍ବୁ ପକାଯାଇ ମାଟି ପରୀକ୍ଷା କାମ କରାଯାଉଥିଲା। ଏହି ତମ୍ବୁ ତଳେ ଯାଜପୁର ଜିଲାର ୪ଜଣ କର୍ମଚାରୀ ରହୁଥିଲେ। ଗତ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୩ଟା ପରେ ହଠାତ୍ ଏକ ଗୋଠ ଛଡ଼ା ଦନ୍ତା ତମ୍ବୁକୁ ଭାଙ୍ଗି ଶୋଇଥିବା ଶ୍ରମିକଙ୍କୁ ଦଳି ଦେଇଥିଲା। ଏଥିରେ ବିରଞ୍ଚିଙ୍କ ମୃତ୍ୟୁ ଘଟିଥିବାବେଳେ ଯୋଗେନ୍ଦ୍ର ଆହତ ହୋଇଥିଲେ। ଖବରପାଇ ପାଟଣା ବନପାଳ ନିରଞ୍ଜନ ସେଠୀ, ବନରକ୍ଷୀ ଦେବଜାନୀ ମହାନ୍ତ ପ୍ରମୁଖ ଘଟଣାସ୍ଥଳକୁ ଯାଇ ଯୋଗଦେନ୍ଦ୍ରକୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ଘଟଗାଁ ପୁଲିସ ମୃତକଙ୍କ ଶବକୁ ଉଦ୍ଧାର କରି ପାଟଣା ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛି। ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦାର ଘଟଣାର ତଦନ୍ତ କରିଥିବା ବେଳେ ମୃତକଙ୍କ ପତ୍ନୀଙ୍କ ବ୍ୟାଙ୍କ୍ ଜମା ଖାତାରେ ବନ ବିଭାଗ ପକ୍ଷରୁ ସହାୟତା ରାଶିର ୧୦ ପ୍ରତିଶତ ବାବଦକୁ ୧ ଲକ୍ଷ ଟଙ୍କା ଜମା କରି ଦିଆଯାଇଥିବା ସୂଚନା ଦିଆଯାଇଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories