ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଂଚାୟତର ଏସିଆ ମହାଦେଶର ପ୍ରସିଦ୍ଧ ଶୁଖୁଆ ହାଟ ମଧ୍ୟରେ ଅବସ୍ଥିତ ଏକ ବନ୍ଦ ହୋଇଥିବା ପ୍ରାଥମିକ ବିଦ୍ୟାଳୟ ଖଜୁରିଆ ପଲି ଗୃହଟି ବିପଦ ସଂକୁଳ ଅବସ୍ଥାରେ ରହିଛି। ସେଠାରେ ପ୍ରତି ରବିବାର ଦିନ ହାଟ ହୋଇଥାଏ କିନ୍ତୁ ଶନିବାର ଠାରୁ ବ୍ୟବସାୟୀଙ୍କ ଭିଡ଼ ଜମିଥାଏ। ଲୋକଙ୍କ ସମାଗମ ଅଧିକ ହେଉଥିବା ଦୃଷ୍ଟିରୁ ଏହି ସ୍ଥାନରେ ବିପଦ ସଂକୁଳ ଗୃହ ରହିବା ନିଷେଧ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି।
ଏନେଇ ବ୍ଲକ ପ୍ରଶାସନକୁ ସ୍ଥାନୀୟ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ ଅବଗତ କରାଇଥିଲେ ମଧ୍ୟ ସେଥିପ୍ରତି କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥା ଶୀଘ୍ର ପଦକ୍ଷେପ ନେବାକୁ ଦାବୀ ହେଉଛି।



