ସମାଜ ଡିଜିଟାଲ ଡେସ୍କ: ଲର୍ଡ୍ସ ଟେଷ୍ଟରେ ଭାରତର ସଂଘର୍ଷ ଜାରି ରହିଛି। ଶନିବାର ଇଂଲଣ୍ଡ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚର ୩ୟ ଦିବସ ଖେଳ ଜାରି ରହିଥିବାବେଳେ ଭାରତ ୫ ଉଇକେଟ ହରାଇ ୨୯୫ ରନ ସଂଗ୍ରହ କରିଛି। ଫଳରେ ପ୍ରଥମ ପାଳିରେ ଭାରତ ଇଂଲଣ୍ଡଠାରୁ ୯୨ ରନରେ ପଛୁଆ ରହିଛି। କେ.ଏଲ. ରାହୁଲଙ୍କ ଶତକ ରୁଷଭ ପନ୍ତଙ୍କ ୭୪ ରନ ବଳରେ ଭାରତ ଏହି ସ୍କୋର କରିପାରିଛି।
ଚଳିତ ମ୍ୟାଚରେ ଅଧିନାୟକ ଶୁବମନ ଗିଲ୍ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ସେ ମାତ୍ର ୧୬ ରନ କରି ଆଉଟ ହୋଇଯାଇଥିଲେ। ସେହିପରି ଯଶସ୍ଵୀ ଜୟସଓ୍ବାଲ ୧୩, କରୁଣ ନାୟାର ୪୦ ରନ କରି ଆଉଟ ହୋଇଛନ୍ତି। ରବୀନ୍ଦ୍ର ଜାଡେଜା ଏବଂ ନିତିଶ କୁମାର ରେଡ୍ଡୀ ୧୭ ରନ କରି ଖେଳୁଛନ୍ତି।
ଇଂଲଣ୍ଡ ପକ୍ଷରୁ କ୍ରିସ ଓ୍ବକ୍ସ, ଜୋଫ୍ରା ଆର୍ଚର, ବେନ ଷ୍ଟୋକ୍ସ ଏବଂ ଶୋଏବ ବାସିର ଗୋଟି, ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ଜୋ ରୁଟଙ୍କ ଶତକ(୧୦୪) ବଳରେ ୩୮୭ ରନ କରିବାରେ ସକ୍ଷମ ହୋଇଥିଲା। ଏହି ମ୍ୟାଚ ଜିତିବାକୁ ହେଲେ ଭାରତକୁ ବଡ଼ ସ୍କୋର କରିବାର ଆବଶ୍ୟକତା ରହିଛି।



