www.samajalive.in
Sunday, December 14, 2025
14.1 C
Bhubaneswar

୧ ମାସ ହେଲାଣି ପାଣି ପାଉ ନାହାଁନ୍ତି ଗୁଳୁଦୀପଶି ଗ୍ରାମବାସୀ

ପାଟଣା  : ପାଟଣା ବ୍ଲକ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ଅନ୍ତର୍ଗତ ଗୁଳୁଦିପଶି ଗ୍ରାମରେ ବସୁନ୍ଧରା ଯୋଜନାରେ ପିଇବା ପାଣି ଯୋଗାଇ ଦିଆଯାଉଛି। କିନ୍ତୁ ଦୁଃଖର ବିଷୟ ଆଜକୁ ୧ ମାସ ହେବ ଜଳ ଯୋଗାଣ ବନ୍ଦ ଥିବାରୁ ପାନୀୟ ଜଳ ଅଭାବରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ସୂଚନା ଅନୁଯାୟୀ ଗୁଳୁଦିପଶି ଗ୍ରାମରେ ଥିବା ବସୁନ୍ଧରା ଯୋଜନାରେ କିଛି ବର୍ଷ ହେବ ପିଇବା ପାଣି ଠିକଠାକ ରେ ମିଳୁଥିଲା। ଆଜକୁ ୧ ମାସ ହେବ ଲୋକେ ପାଣି ପାଉନଥିବାରୁ ଏହି ଅଭିଯୋଗ ସରପଞ୍ଚକୁ ଜଣାଇଥିଲେ। ସରପଞ୍ଚ ଯାଇ ଦେଖିବା ପରେ ଯଥା ଶିଘ୍ର ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ୧ ମାସରୁ ଅଧିକ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଲୋକଙ୍କ ପାଖରେ ପାଣି ପହଂଚି ପାରିଲା ନାହିଁ। ଏବେ ବର୍ଷା ଦିନ ହୋଇଥିବାରୁ ହଇଜା ଭଳି ମାରାତ୍ମକ ରୋଗ ବ୍ୟାପିବା ସମ୍ଭାବନା ଥିବାରୁ ତୁରନ୍ତ ଶୁଦ୍ଧ ପାନୀୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories