ଗଞ୍ଜାମ: ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଅବସ୍ଥିତ ଥିବା ହୁମା ବୀରଭଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ ପାଚେରୀ ଭୁଶୁଡିବା ଦେଢ଼ ମାସ ବିତିଲା ହେଲେ ନିର୍ମାଣ ହେଇପାରୁନି। ଯାହାଫଳରେ ଅସୁରକ୍ଷିତ ଭାବେ ସ୍କୁଲ ପରିସରରେ ପିଲାମାନେ ଯାତାୟାତ କରୁଛନ୍ତି। ଫଳରେ ଏହାକୁ ନେଇ ଅଭିଭାବକ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ଯଥା ଶୀଘ୍ର ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଏହି ପାଚେରୀ କାର୍ଯ୍ୟ ସାରିବା ପାଇଁ ସାଧାରଣରେ ଦାବୀ ହେଉଛି।
ସୂଚନା ଯୋଗ୍ୟ ଜେ ହୁମ୍ମା ବୀରଭଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପୂର୍ଵ ପାର୍ଶ୍ଵରେ ରହିଥିବା ରାଜପଥ ପାର୍ଶକୁ ଲାଗିଥିବା ପାଚେରୀ ଗତ ମେ ମାସ ୧୯ ତାରିଖରେ ଭୁଶୁଡି ପଡିଥିଲା। ବର୍ତମାନ ସୁଦ୍ଧା ସେହି ପାଚେରୀ ନିର୍ମାଣ ହୋଇପାରିନି। ନିର୍ମାଣ ହେବାର ୨ ବର୍ଷ ପୁରାଣ ହୋଇ ନଥିବା ବେଳେ ନିମ୍ନମାନର କାର୍ଯ୍ୟ ଯୋଗୁଁ ତାହା ଭୁଶୁଡି ପଡିଥିଲା ବୋଲି ଲୋକମାନେ କହିଛନ୍ତି। ଗୋଟାଏ ପଟେ ହୁମା ଠାରେ ଓଭର ବ୍ରିଜ କାର୍ଯ୍ୟର ଅହେତୁକ ବିଳମ୍ବ ଯୋଗୁଁ ଦୀର୍ଘ ଦିନ ହେଲା ଗୋଟାଏ ରାସ୍ତା ରାଜପଥରେ ଉଭୟ ପଟୁ ଯାନବାହାନ ପ୍ରତ୍ୟେକ ମୁହୂର୍ତ୍ତରେ ଯିବା ଆସିବା କରୁଛନ୍ତି। ପୁଣି ସେହି ରାସ୍ତାକୁ ଲାଗି ରହିଥିବା ପାଚେରୀ ମଧ୍ୟ ଭାଙ୍ଗି ପଡିଲା ଫଳରେ ଛାତ୍ରଛାତ୍ରୀଙ୍କ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସ୍କୁଲରେ ବର୍ତମାନ ୩୨୭ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି। ଏନେଇ ବୀରଭଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମହେଶ୍ୱର ବେହେରା ପଚରାଯିବାରୁ ସେ କହିଛନ୍ତି ଏହି ସମସ୍ୟା ନେଇ ବିଇଓ, ବିଡିଓ, ସ୍ଥାନୀୟ ସରପଞ୍ଚଙ୍କୁ ମଧ୍ୟ ସେ ଅବଗତ କରାଇଥିବା କହିଛନ୍ତି। ଏନେଇ ହୁମା ସମିତି ସଭ୍ୟ ଧ୍ରୁବ ଚରଣ ପଲାଇଙ୍କୁ ଯୋଗାଯୋଗ ବେଳେ ସେ କହିଛନ୍ତି ଯେ ଏନେଇ ବ୍ଲକ ପ୍ରଶାସନଙ୍କୁ କୁହାଯାଇଥିବା।



