www.samajalive.in
Sunday, December 14, 2025
23.1 C
Bhubaneswar

ସରିଗଲା ପେଟ୍ରୋଲ, ତାଲା ପକାଇଲେ ମାଲିକ

ଟିଟିଲାଗଡ଼ : ରାଜ୍ୟରେ ଲଗାତାର ତିନି ଦିନ ଧରି ଡ୍ରାଇଭର ସଂଘର ଆନ୍ଦୋଳନକୁ ନେଇ ଉପଖଣ୍ଡ ମୁଖ୍ୟାଳୟ ଟିଟିଲାଗଡ଼ ସମେତ ବିଭିନ୍ନ ସ୍ଥାନରେ ପେଟ୍ରୋଲ, ଡିଜେଲ ସରିବା ନେଇ ମାଲିକ ପେଟ୍ରୋଲ ପମ୍ପରେ ତାଲା ପକାଇବା ନେଇ ଏକ ପ୍ରକାର ହାହାକାର ସ୍ଥିତି ଉପୁଜିଛି । ଆଜି ସନ୍ଧ୍ୟା ସୁଦ୍ଧା ଟିଟିଲାଗଡ଼ ସହର ସମେତ ଉପଖଣ୍ଡର ବିଭିନ୍ନ ପେଟ୍ରୋଲ ପମ୍ପରେ ତେଲ ସରିଛି । ଅନ୍ୟପକ୍ଷରେ ଟିଟିଲାଗଡ଼ ସହରରେ ଥିବା ଭାରତ ଗ୍ୟାସ ଏବଂ ହିନ୍ଦୁସ୍ତାନ ଗ୍ୟାସ ଦୋକାନରେ ମଧ୍ୟ କୌଣସି ଗ୍ୟାସ ସିଲିଣ୍ଡର ନଥିବା ଜଣାପଡିଛି । ରାଜ୍ୟ ସାରା ଭଳି ଟିଟିଲାଗଡ଼ ଚାଳକ ମହାସଂଘ ପକ୍ଷରୁ ମଧ୍ୟ ପିକେଟିଂ କରି ଗାଡି ମୋଟର ଚଳାଚଳ ବନ୍ଦ କରାଯାଇଛି । ଚାଳକ ସଂଘ ଆନ୍ଦୋଳନ ନେଇ ତେଲ ଏବଂ ଗ୍ୟାସ ସିଲିଣ୍ଡର ଗାଡ଼ି ଆସୁନଥିବା ନେଇ ଗତ ଦୁଇ ଦିନ ଧରି ଟିଟିଲାଗଡ଼ ସହରର ବିଭିନ୍ନ ପେଟ୍ରୋଲ ପମ୍ପରେ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ତେବେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ବଦଳରେ ଘରୋଇ ଗ୍ୟାସ ସିଲିଣ୍ଡର ଗୁଡିକୁ ମଧ୍ୟ ବିଭିନ୍ନ ହୋଟେଲ, ବ୍ୟବସାୟିକ ପ୍ରତିଷ୍ଠାନକୁ ବିକ୍ରୟ କରୁଥିବା ଗ୍ୟାସ ଦୋକାନୀ ସେମାନଙ୍କ ପାଖରେ ଘରୋଇ ସିଲିଣ୍ଡର ଆଦୌ ନଥିବା କହି ଗ୍ରାହକଙ୍କୁ ଫେରାଉଥିବା ଅସନ୍ତୋଷ ସୃଷ୍ଟି କରିଛି । ଉପଖଣ୍ଡ ଅଞ୍ଚଳର ବିଭିନ୍ନ ସ୍ଥାନରେ ତେଳ ଏବଂ ଗ୍ୟାସ ସିଲିଣ୍ଡର ଚୋରାରେ ଚଢା ଦରରେ ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି । ଏହି ସମ୍ପର୍କରେ ଟିଟିଲାଗଡ଼ ଉପଖଣ୍ଡ ଯୋଗାଣ ଅଧିକାରୀ ଶଙ୍କର୍ଷଣ ଭୋଇଙ୍କୁ ଯୋଗାଯୋଗ କରିବାରୁ ଜାଣିଶୁଣି ଅବ୍ୟବସ୍ଥା ସୃଷ୍ଟି କରୁଥିବା ଦୋକାନୀଙ୍କ ସମ୍ବନ୍ଧରେ ତଦନ୍ତ ସହ ଲୋକଙ୍କ ଆଶ୍ବସ୍ତି ପାଇଁ ପ୍ରଶାସନ ସଚେତନ ଥିବା କହିଛନ୍ତି ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories