www.samajalive.in
Sunday, December 14, 2025
26.1 C
Bhubaneswar

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ : ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ ଜାଡେଜା ଇନ୍‍

ନୂଆଦିଲ୍ଲୀ : ଫେବ୍ରୁଆରୀ ୨୪ରୁ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁଥିବା ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ବଡ ଝଟକା ଲାଗିଛି। ଖବର ଅନୁସାରେ, ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅଣ୍ଟାରେ ଆଘାତ ଲାଗିବା କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ବାଦ ପଡିଛନ୍ତି। ବିସିସିଆଇ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି। ସେଥିପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ପାଣ୍ଡ୍ୟାଙ୍କ ସ୍ଥାନରେ ରବିନ୍ଦ୍ର ଜାଡେଜାଙ୍କୁ ଦଳରେ ସାମିଲ କରାଯାଇଛି। ମାତ୍ର ଟ୍ୱେଣ୍ଟି-୨୦ ସିରିଜ ପାଇଁ ପାଣ୍ଡ୍ୟାଙ୍କ ବିକଳ୍ପ ରୁପେ କାହାକୁ ସାମିଲ କରାଯାଇନାହିଁ।
ବିସିସିଆଇର ଡାକ୍ତରୀ ଦଳ କହିବା ଅନୁସାରେ – ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଅଣ୍ଟାର ତଳ ଭାଗରେ ଆଘାତ ଲାଗିଛି। ଏଥିପାଇଁ ବିସିସିଆଇର ଡାକ୍ତରୀ ଦଳ ପାଣ୍ଡ୍ୟାଙ୍କୁ ମିଶ୍ରାମ ନେବାପାଇଁ ପରାମର୍ଶ ଦେଇଛନ୍ତି।
ସୂଚନା ମୁତାବକ, ଏହା ପୂର୍ବରୁ ମଧ୍ୟ ଗତବର୍ଷ ସେପ୍ଟେମ୍ବର ମାସରେ ଅଣ୍ଟାରେ ଆଘାତ କାରଣରୁ ଏହି ଅଲରାଉଣ୍ଡର ଏସିଆ କପରୁ ବାହାର ହୋଇଯାଇଥିଲେ।
ଅଷ୍ଟ୍ରେଲିଆ ସିରିଜ ପାଇଁ ଭାରତର ଦିନିକିଆ ଦଳ(ପ୍ରଥମ ଦୁଇଟି ଦିନିକିଆ ପାଇଁ)
ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ-ଅଧିନାୟକ), ଶିଖର ଧାୱନ, ଅମ୍ବତି ରାଇଡୁ, କେଦାର ଯାଦବ, ଏମଏସ ଧୋନୀ(ୱିକେଟ କିପର), ରବିନ୍ଦ୍ର ଜାଡେଜା, ଜଶପ୍ରିତ ବୁମରା, ମହମ୍ମଦ ସାମି, ୟୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, ବିଜୟ ଶଙ୍କର, ରୁଷଭ ପନ୍ତ, ଶିର୍ଦ୍ଧାର୍ଥ କୌଲ, କେଏଲ ରାହୁଲ।
ଭାରତର ଦିନିକିଆ ଦଳ(ଶେଷ ତିନୋଟି ଦିନିକିଆ ପାଇଁ)
ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ-ଅଧିନାୟକ), ଶିଖର ଧାୱନ, ଅମ୍ବତି ରାଇଡୁ, କେଦାର ଯାଦବ, ଏମଏସ ଧୋନୀ(ୱିକେଟ କିପର), ରବିନ୍ଦ୍ର ଜାଡେଜା, ଜଶପ୍ରିତ ବୁମରା, ଭୁବନେଶ୍ୱର କୁମାର, ବିଜୟ ଶଙ୍କର, ରୁଷଭ ପନ୍ତ, ମହମ୍ମଦ ସାମି, ୟୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, କେଏଲ ରାହୁଲ।
ଭାରତର ଟ୍ୱେଣ୍ଟି-୨୦ ଦଳ
ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ-ଅଧିନାୟକ), ଶିଖର ଧାୱନ, କେଏଲ ରାହୁଲ, ରୁଷଭ ପନ୍ତ, ଦିନେଶ କାର୍ତ୍ତିକ, ଏମଏସ ଧୋନୀ(ୱିକେଟ କିପର), କୁନାଲ ପାଣ୍ଡ୍ୟା, ବିଜୟ ଶଙ୍କର, ୟୁଜବେନ୍ଦ୍ର ଚହଲ, ଜଶପ୍ରିତ ବୁମରା, ଉମେଶ ଯାଦବ, ଶିର୍ଦ୍ଧାର୍ଥ କୌଲ, ମୟଙ୍କ ମାଙ୍କଡେୟ।
ଭାରତ- ଅଷ୍ଟ୍ରେଲିଆ ସିରିଜ୍ କାର୍ଯ୍ୟସୂଚୀ
ପ୍ରଥମ ଟ୍ୱେଣ୍ଟି-୨୦ : ଫେବ୍ରୁଆରୀ ୨୪, ବିଶାଖାପାଟଣା
ଦ୍ୱିତୀୟ ଟ୍ୱେଣ୍ଟି-୨୦ : ଫେବ୍ରୁଆରୀ ୨୭, ବାଙ୍ଗାଲୁରୁ
ପ୍ରଥମ ଦିନିକିଆ : ମାର୍ଚ୍ଚ ୦୨, ହାଇଦ୍ରାବାଦ
ଦ୍ୱିତୀୟ ଦିନିକିଆ : ମାର୍ଚ୍ଚ ୦୫, ନାଗପୁର
ତୃତୀୟ ଦିନିକିଆ : ମାର୍ଚ୍ଚ ୦୮, ରାଞ୍ଚି
ଚତୁର୍ଥ ଦିନିକିଆ : ମାର୍ଚ୍ଚ ୧୦, ମୋହାଲି

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories