ନ୍ୟୁଜିଲାଣ୍ଡ ସଂସଦରେ ପୁଲଓ୍ୱାମା ଆକ୍ରମଣକୁ ନିନ୍ଦା
ଓ୍ୱେଲିଂଟନ..- ନ୍ୟୁଜିଲାଣ୍ଡ ସଂସଦରେ ପୁଲୁଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରାଯାଇଛି । ଏହି ନିନ୍ଦା ପ୍ରସ୍ତାବ ନ୍ୟୁଜିଲାଣ୍ଡ ସଂସଦରେ ନିର୍ବିରୋଧ ଭାବେ ଗୃହୀତ ହୋଇଥିଲା । ନ୍ୟୁଜିଲାଣ୍ଡର ଉପ ପ୍ରଧାନମନ୍ତ୍ରୀ ଓ୍ୱିନଷ୍ଟୋନ ପିଟରସ୍ ଏହି ନିନ୍ଦା ପ୍ରସ୍ତାବକୁ ଆଗତ କରିଥିଲେ ।
“ ଆମେ ଏହି ଆକ୍ରମଣକୁ ନିନ୍ଦା କରୁଛୁ , ଏହି ଦୁଃଖଦ ସମୟରେ ଆମେ ଭାରତ ସରକାରଙ୍କ ସହ ଅଛୁ ” ବୋଲି ପିଟରସ୍ କହିଛନ୍ତି । ପିଟରସ୍ ନ୍ୟୁଜିଲାଣ୍ଡର ଉପ ପ୍ରଧାନମନ୍ତ୍ରୀ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଅଛନ୍ତି ।