www.samajalive.in
Monday, December 8, 2025
20.1 C
Bhubaneswar

ଜାମ୍ମୁ କାଶ୍ମୀରର ୧୭୪ ନେତାଙ୍କ ସୁରକ୍ଷା ପ୍ରତ୍ୟାହୃତ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀର ପ୍ରଶାସନ ୧୮ ବିଚ୍ଛିନ୍ନତାବାଦୀଙ୍କ ସମେତ ୧୭୪ ନେତାଙ୍କ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ବୁଧବାର ପ୍ରତ୍ୟାହାର କରିନେଇଛନ୍ତି। ନିଷ୍ପତ୍ତି କ୍ରମେ ନେତାଙ୍କ ସୁରକ୍ଷାରେ ମୁତୟନ ୧୦୦୦ ଯବାନ ଏବଂ ୧୦୦ରୁ ଅଧିକ ଗାଡ଼ି ଫେରାଇ ଅଣାଯାଇଛି। ୟୁପିଏସ୍‍ସି ପ୍ରଶାସନିକ ସେବା ପରୀକ୍ଷାର ୨୦୧୦ର ଟପ୍ପର ତଥା ନିକଟରେ ଆଇଏଏସ୍‍ ଚାକିରି ଛାଡ଼ି ରାଜନୀତିରେ ଯୋଗଦେଇଥିବା ଶାହା ଫୈଜଲଙ୍କ ସୁରକ୍ଷା ମଧ୍ୟ ପ୍ରତ୍ୟାହାର କରି ନିଆଯାଇଛି।
ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ବିଭିଆର ସୁବ୍ରମଣ୍ୟମଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଚିବାଳୟରେ ଏକ ସୁରକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କୁହାଯାଇଥିଲା ଯେ ବିଚ୍ଛିନ୍ନତାବାଦୀଙ୍କୁ ସୁରକ୍ଷା ପ୍ରଦାନ ଯୋଗୁଁ ସରକାରଙ୍କ ଉତ୍ସ, ଅର୍ଥ ଓ ମାନବ ସମ୍ବଳ ଅଯଥାରେ ନଷ୍ଟ ହେଉଥିଲା । ଏହି ଅର୍ଥ ରାଜ୍ୟର ଉନ୍ନୟନ କାର୍ଯ୍ୟରେ ବିନିଯୋଗ କରାଯିବ । ବିଚ୍ଛିନ୍ନତାବାଦୀ ନେତା ଏସ୍‍ଏଏସ୍‍ ଗିଲାନୀ, ସୟଦ ମୌସଭୀ, ମୌଲବୀ ଆବାସ ଅନ୍ସାରୀ, ୟାସିନ ମଲ୍ଲିକ, ସଲିମ ଗିଲାନୀ, ସଇଦ୍‍ ଉଲ୍‍ ଇସ୍‍ଲାମ, ଜଫର ଆକବର ଭଟ୍‍, ନୈମ୍‍ ଅହମ୍ମଦ ଖାଁ, ମୁକ୍ତା ଅହମ୍ମଦ ୱାଜା, ଫାରୁକ ଅହମ୍ମଦ କିଚ୍‍ଲୁ, ମସ୍ରୁର୍‍ ଆବାସ ଅନ୍‍ସାରୀ, ଆଗାସ ସଇଦ୍‍ ଅବଦୁଲ ହୁସେନ, ଅବଦୁଲ ଗନୀ ଶାହା ଓ ମହମ୍ମଦ ମୁସାଦିକ୍‍ ଭଟ୍‍ ପ୍ରମୁଖ ହୁରିଆତ୍‍ ନେତାଙ୍କ ସମେତ ୧୫୫ ଜଣ ରାଜନୈତିକ ନେତାଙ୍କ ସୁରକ୍ଷାକୁ ପ୍ରତ୍ୟାହାର କରିନିଆଯାଇଛି ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories