www.samajalive.in
Monday, December 15, 2025
14.1 C
Bhubaneswar

ଭାରତ ଉପରେ ୫୦୦% ଶୁଳ୍କ ଲଗାଇବ ଆମେରିକା ! ଟ୍ରମ୍ପ କହିଲେ-‘ଏହା ସମ୍ପୂର୍ଣ୍ଣ ମୋ ପସନ୍ଦ’

ସମାଜ ଡିଜିଟାଲ ଡେସ୍କ: ଭାରତ ଉପରେ ୫୦୦ ପ୍ରତିଶତ ଶୁଳ୍କ ଲଗାଇପାରେ ଆମେରିକା। ରୁଷ ସହିତ ଭାରତର ବାଣିଜ୍ୟିକ ସମ୍ବନ୍ଧ ଭଲ ଥିବାରୁ ଆମେରିକା ଏହି ପଦକ୍ଷେପ ନେଇପାରେ। ଏ ସମ୍ପର୍କିତ ଏକ ପ୍ରଶ୍ନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦୦ ପ୍ରତିଶତ ଶୁଳ୍କ ଲାଗୁ କରିବା ନେଇ ଇସାରା କରିଛନ୍ତି। ଏହା ସମ୍ପୂର୍ଣ୍ଣ ତାଙ୍କ ପସନ୍ଦ(ଇଚ୍ଛା ଉପରେ ନିର୍ଭରଶୀଳ) ବୋଲି ଟ୍ରମ୍ପ କହିଛନ୍ତି।

ପୂର୍ବରୁ ଟ୍ରମ୍ପ ଚେତାବନୀ ଦେଇ କହିଥିଲେ ଯେ, ରୁଷ ସହିତ ବାଣିଜ୍ୟିକ ସମ୍ପର୍କ ରଖୁଥିବା ଦେଶଗୁଡ଼ିକ ଉପରେ ସେ ବଡ଼ ଶୁଳ୍କ ଲାଗୁ କରିବେ। ଏପରି କି ସେ ‘ଦ ସାଙ୍କସନିଂ ରୁଷ ଆକ୍ଟ-୨୦୨୫କୁ ମଧ୍ୟ ସମର୍ଥନ କରିଥିଲେ, ଯେଉଁ ଆଇନରେ ରୁଷଠାରୁ ତୈଳଜାତ ଉତ୍ପାଦ କ୍ରୟ କରୁଥିବା ଭାରତ ଏବଂ ଚୀନ ଉପରେ ୫୦୦% ଶୁଳ୍କ ଲାଗୁ କରିବାର ପ୍ରାବଧାନ ରହିଛି। ଏହି ପ୍ରାବଧାନ ସମ୍ପର୍କରେ ଟ୍ରମ୍ପଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ ଏହା ସମ୍ପୂର୍ଣ୍ଣ ତାଙ୍କ ଉପରେ ନିର୍ଭରଶୀଳ ବୋଲି ଟ୍ରମ୍ପ କହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories