www.samajalive.in
Saturday, December 6, 2025
23.1 C
Bhubaneswar

ଡେଲାଙ୍ଗରେ ବାର୍ଡ ଫ୍ଲୁ ! ୭ ଦିନରେ ମଲେଣି ୨୦ ହଜାର କୁକୁଡ଼ା

ଡେଲାଙ୍ଗ : ପୁରୀ ଜିଲା ଡେଲାଙ୍ଗ ବ୍ଲକରେ ପୁଣି ଦେଖାଦେଇଛି କୁକୁଡା ମଡ଼କ (ବାର୍ଡ ଫ୍ଲୁ)। ଗତ ୭ ଦିନ ମଧ୍ୟରେ ବ୍ଲକର ବିଭିନ୍ନ ଫାର୍ମ ଗୁଡ଼ିକରୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ବ କୁକୁଡ଼ା ମରିଛନ୍ତି। ବ୍ଲକର ଆଙ୍କୁଲା, ଶିଶୁଆପଡ଼ା, ଗୋଡ଼ିପୁଟ ମାଟିଆପଡ଼ା, ବେଗୁନିଆପଡ଼ା, ସିଂହବ୍ରହ୍ମପୁର, ଚାଇଁପୁର, ଗଡ଼ମୋଟରୀ ଆଦି ଅଞ୍ଚଳରେ ଥିବା ୧୫ରୁ ଊର୍ଦ୍ଧ୍ବ ଫାର୍ମ ଗୁଡ଼ିକରୁ ହଜାର ହଜାର ସଂଖ୍ୟାରେ କୁକୁଡ଼ା ମରିଯିବାରୁ ଚାଷୀଙ୍କର ଲକ୍ଷଲକ୍ଷ ଟଙ୍କା କ୍ଷତି ହୋଇଛି। ଏହା ବାର୍ଡ ଫ୍ଲୁ (ଏଭିଏନ୍‌ ଇନ୍‌ଫ୍ଲୁଏଞ୍ଜା) ବୋଲି ସନ୍ଦେହ କରାଯାଉ ଥିବାବେଳେ ଅନେକ ଚାଷୀ ଏହା କୌଣସି ଅଜଣା ସଂକ୍ରମିତ ରୋଗ ବୋଲି କହିଛନ୍ତି। ବ୍ଲକରେ ହଜାର ହଜାର ସଂଖ୍ୟାରେ କୁକୁଡ଼ା ମରିବା ପରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଅଧିକାରୀ ଯାଇ ମୃତ କୁକୁଡ଼ାଙ୍କ ସ୍ୱାବ୍‌ ନମୁନା ଓ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛନ୍ତି।
କମ୍ପାନୀ କିମ୍ବା ପଶୁଚିକିତ୍ସା ବିଭାଗ ପକ୍ଷରୁ ମୃତ କୁକୁଡ଼ା ଗୁଡ଼ିକୁ ଉଠାଇବା ଲାଗି କୌଣସି ବନ୍ଦୋବସ୍ତ କରାଯାଉ ନ ଥିବାରୁ ଚାଷୀ ମୃତ କୁକୁଡ଼ା ଗୁଡ଼ିକୁ କେନାଲ, ନଦୀ ନାଳରେ ଫୋପାଡ଼ି ଦେଉଛନ୍ତି। ଫଳରେ ସଂକ୍ରମିତ କୁକୁଡ଼ାଙ୍କ ଶରୀରରୁ ଜୀବାଣୁ ପାଣିରେ ମିଶିବା ସହିତ ପାଣିକୁ ବିଷାକ୍ତ କରୁଛି। ଏହି ପାଣିକୁ ବ୍ୟବହାର କରୁଥିବା
ପଶୁ, ପକ୍ଷୀ ଓ ସାଧାରଣ ଲୋକଙ୍କ ଶରୀର ଅସୁସ୍ଥ ହେବା ଆଶଙ୍କା ଦେଖାଦେଇଛି। କୁକୁଡା ମଡ଼କ ଘଟଣା ସାମ୍ନାକୁ ଆସିବା ପରେ ଡେଲାଙ୍ଗ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରୀତିତୋଷ ମହାପାତ୍ରଙ୍କ ସମେତ ଅତିରିକ୍ତ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ସତ୍ୟବ୍ରତ ଦାଶ, ଡା. ରାଜେଶ ସାହୁ ପ୍ରମୁଖ ଆଙ୍କୁଲା ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ କୁକୁଡ଼ା ଫାର୍ମରେ ପହଞ୍ଚି ମୃତ କୁକୁଡାଙ୍କର ବିଭିନ୍ନ ନମୁନା ସଂଗ୍ରହ କରି ପରୀକ୍ଷାଗାର ପଠାଇଛନ୍ତି। ଘଟଣା ସମ୍ପର୍କରେ ଡେଲାଙ୍ଗ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ମହାପାତ୍ର କହିଛନ୍ତି, ସେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଜିଲା ମୁଖ୍ୟ କାର୍ଯ୍ୟାଳୟକୁ ଜଣାଇଥିଲେ। ମୁଖ୍ୟ କାର୍ଯ୍ୟାଳୟରୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତ କୁକୁଡ଼ାଙ୍କ ନମୁନା ସଂଗ୍ରହ କରିବା ସହ ପରୀକ୍ଷା ନିମନ୍ତେ ଭୋପାଳସ୍ଥିତ ମୁଖ୍ୟ ପରୀକ୍ଷାଗାରକୁ ପଠାଇଛନ୍ତି। କୁକୁଡ଼ାଙ୍କ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖାଦେଉଥିବା ଯୋଗୁଁ ପ୍ରାଥମିକ ତଦନ୍ତରୁ ଏହି ରୋଗକୁ ଚିହ୍ନଟ କରାଯାଇ ପାରିନାହିଁ। ନମୁନା ପରୀକ୍ଷା ହୋଇ ରିପୋର୍ଟ ଆସିବାପରେ ପଦକ୍ଷେପ ଗ୍ରହଣ କରାଯିବ। ବିଭାଗ ପକ୍ଷରୁ ବ୍ଲକର ସମସ୍ତ କୁକୁଡ଼ାଫାର୍ମରେ ବିଶୋଧନ କାର୍ଯ୍ୟ କରାଯାଇଛି। ଏଥିସହ ମୃତ କୁକୁଡ଼ାଙ୍କୁ ନଦୀନାଳ ତଥା ଚଳପ୍ରଚଳ ସ୍ଥାନ ଗୁଡ଼ିକରେ ନ ଫୋପାଡ଼ି ଖାଲିପଡ଼ିଥିବା ସ୍ଥାନରେ ଗାତ କରି ଚୂନ ଓ ବ୍ଲିଚିଂ ପକାଇ ପୋତିବା ଦ୍ୱାରା ସଂକ୍ରମଣକୁ କିଛିମାତ୍ରାରେ ରୋକାଯାଇ ପାରିିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories