www.samajalive.in
Friday, December 5, 2025
26.1 C
Bhubaneswar

କାଙ୍ଗସିରି ସାହି ରାସ୍ତା ଅବସ୍ଥା ଶୋଚନୀୟ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିଙ୍ଗାରି ପଞ୍ଚାୟତର କାଙ୍ଗସିରି ସାହି ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବା ଅଭିଯୋଗ ହୋଇଛି। ୨୦୧୮ମସିହାରେ ଗ୍ରାମର ଆଦିବାସୀ ସାହିରୁ ଡ଼ମ୍ବ ସାହି ପର୍ଯ୍ୟନ୍ତ ସିମେଣ୍ଟ ରାସ୍ତା କରାଯାଇଥିଲା। ତାହା ଅତି ଶୋଚନୀୟ ଅବସ୍ଥା ହୋଇଯାଇଛି। ସାମାନ୍ୟ ବର୍ଷା ହେଲେ ଗ୍ରାମରୁ ବାହାରିବାକୁ ଅସୁବିଧା ହେଉଛି। ସାହିରେ ସିମେଣ୍ଟ ରାସ୍ତା କରିବା ପୂର୍ବରୁ ଉଭୟ ପାର୍ଶ୍ଵରେ କେନାଲ କରିବା ପରେ ସିମେଣ୍ଟ ରାସ୍ତା କରିବା କଥା ତାହାକୁ ଠିକାଦାର ମାନେ ଉପରେ ଉପରେ କାର୍ଯ୍ୟ କରି ଛାଡି ଦେଇଥିବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ପଞ୍ଚାୟତରେ ଜଣାଇବା ପରେ ପଞ୍ଚାୟତରେ ଫାଇଲ ଖୋଲା ଯାଇଛି କିନ୍ତୁ କାମ କେଉଁଠି ହୋଇଛି ଜଣା ନଥିବା ସହ ତୁରନ୍ତ ଉକ୍ତ ରାସ୍ତା ମରାମତି କରିବା ପାଇଁ ଗ୍ରାମର କୁନାକା ଲାଚି, ହୁଇକା ଟିଲ, ହୁଇକା ରୁପା, ଲାଞ୍ଜି ବିଦ୍ରାକା, ଗୌରୀ କୌଶଲ୍ୟା, ଜାଗାମା ହୁଇକା ପ୍ରମୁଖ ଅଭିଯୋଗ କରିଛନ୍ତି। ଉକ୍ତ ବିଷୟରେ ସରପଞ୍ଚ ନାଲା ପ୍ରେପକାଙ୍କୁ ପଚାରିବାରୁ ନୂତନ ଫାଇଲ ଖୋଲି ପଞ୍ଚାୟତ ପକ୍ଷରୁ କାମ କରାଯିବ ବୋଲି କହିଛନ୍ତି। କନିଷ୍ଠ ଯନ୍ତ୍ରୀ ଶିବ ଶଙ୍କର ହେମ୍ବ୍ରମଙ୍କୁ ପଚାରିବାରୁ ଫାଇଲ ଖୋଲା ଯାଇନାହିଁ ବୋଲି କହିଛନ୍ତି।

ଏହି ରାଶିଙ୍କ ପାଇଁ ବଡ ଖୁସି ନେଇ ଆସୁଛି ଶ୍ରାବଣ: ଗ୍ରହଙ୍କ ଦୁର୍ଲ୍ଲଭ ଯୋଗ, ଶିବଙ୍କ କୃପାରୁ ବର୍ଷିବ ଧନ, ଖାଲି ମିଳିବ ସଫଳତା..

ଦେଖନ୍ତୁ ଭିଡିଓ ; ମାତ୍ର ୬ ମିନିଟ୍‌ରେ ୧୬ ଫୁଟ୍‌ ଅହିରାଜକୁ କାବୁ କଲେ ମହିଳା ବନ ଅଧିକାରୀ..

- Advertisement -

ଦେଖନ୍ତୁ ଭିଡିଓ; ଟ୍ରେନ୍‌ରେ ଖାଦ୍ୟ ଖାଇବା ପୂର୍ବରୁ.. ରେଳଧାରଣାରୁ ଗୋଟାଇ ଧୋଇଲେ ପ୍ଲେଟ୍‌, ଆଶ୍ଚର୍ଯ୍ୟ କରିବ କାରଣ

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories