www.samajalive.in
Saturday, December 6, 2025
26.1 C
Bhubaneswar

ଜିଓର ଗ୍ରାହକ ସେବା ଠପ, ଫାଇବର ଇଣ୍ଟରନେଟ ୪ ଦିନ ବନ୍ଦ

ଡେସ୍କ: ଜିଓ ପକ୍ଷରୁ ଗ୍ରହକମାନଙ୍କୁ ଯୋଗାଇ ଦିଆଯାଉଥିବା ସେବା ନେଇ ପ୍ରଶ୍ନ ଉଠିଛି। ସମ୍ପ୍ରତି କଟକ ଯୋବ୍ରା ଅଞ୍ଚଳରେ ଗତ ୫ ତାରିଖ ଅପରାହ୍ନ ୨ଟା ଠାରୁ ଫାଇବର ଇଣ୍ଟରନେଟ ସଂଯୋଗ ନ ଥିବାରୁ ଉପଭୋକ୍ତାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ୍ନ ହେଉଛନ୍ତି। ସୂଚନା ଅନୁଯାୟୀ ସମ୍ପୃକ୍ତ ଅଂଚଳରେ ଜିଓ ଫାଇବର ସଂଯୋଗ ନେଇଥିବା ଶତାଧିକ ଉପଭୋକ୍ତା ଅନେକ ଥର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ସେବା ଯୋଗାଇ ଦେବା ଆଳରେ ନୂଆ ସଂଯୋଗ ଦେବା ପରେ ପରବର୍ତ୍ତୀ ସେବା ଆଦୌ ମିଳୁନାହିଁ ବୋଲି ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି।

ଏ ସମ୍ବନ୍ଧରେ ଗ୍ରାହକ ସେବା କେନ୍ଦ୍ରକୁ ଉପଭୋକ୍ତମାନେ ବାରମ୍ବାର ଜଣାଇଥିଲେ ମଧ୍ୟ ସେମାନେ ଆସନ୍ତା ୨ଦିନ/୪ଦିନ ମଧ୍ୟରେ ଠିକ ହୋଇଯିବ ବୋଲି ଉତ୍ତର ଦେଉଛନ୍ତି। ଅନ୍ୟପକ୍ଷରେ ଉପରିସ୍ଥ ଅଧିକାରୀମାନଙ୍କୁ ଇମେଲ ମାଧ୍ୟମରେ ଅଭିଯୋଗ କଲେ କେବଳ ସ୍ୱୟଂକ୍ରିୟ ଉତ୍ତର ମିଳୁଛି କିନ୍ତୁ ସମସ୍ୟାର ସମାଧାନ ହେଉନାହିଁ।

- Advertisement -

 

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories