www.samajalive.in
Sunday, December 14, 2025
26.1 C
Bhubaneswar

ଆୟକର ଫାଙ୍କିବା ମାମଲା: ନବ ଦାସଙ୍କ ପୁଅ ବିଶାଳଙ୍କୁ ୧୦ ଘଣ୍ଟା ଜେରା

ଭୁବନେଶ୍ୱର : ଆୟକର ଫାଙ୍କିବା ମାମଲାରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ସୋମବାର ଆୟକର ବିଭାଗ ୧୦ ଘଣ୍ଟା ଧରି ଜେରା କରିଛି। ତଦନ୍ତକାରୀ ଅଧିକାରୀ ତାଙ୍କୁ ମାରାଥନ ଜେରା କରିଛନ୍ତି। ‘ଆୟକର ବିଭାଗ ଆଜି ଡାକିଥିଲେ, ତଦନ୍ତରେ ତାଙ୍କୁ ସହଯୋଗ କରୁଛୁ, ଯାହା ପ୍ରଶ୍ନ ପଚାରିଥିଲେ ତା’ର ଉତ୍ତର ଦେଇଛି, ଓଡ଼ିଶା ଜାଣିଛି କ’ଣ ହଉଛି..’ ବୋଲି ଜେରାରୁ ଆୟକର ଭବନରୁ ବାହାରିବା ପରେ ବିଶାଳ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।
ସୂଚନାଯୋଗ୍ୟ, ଗତ ଜୁନ୍‌ ୧୯ ସକାଳୁ ଆୟକର ବିଭାଗ ନବଙ୍କ ସମ୍ବଲପୁର ମୁଦିପଡ଼ା ସ୍ଥିତ ଘର, ଭିଏସଏସ ମାର୍ଗରେ ଥିବା ହୋଟେଲ, ଭାଲୁପାଲି ସ୍ଥିତ ଏକ ହୋଟେଲ ଓ ଅଇଁଠାପାଲିରେ ଥିବା ଏକ ମଲ୍ ଏବଂ ଶାନ୍ତି ନଗରସ୍ଥିତ ସହଯୋଗୀଙ୍କ ଘର ଓ ଦିଲ୍ଲୀ କାର୍ଯ୍ୟାଳୟ ସମେତ ୨୦ଟି ସ୍ଥାନରେ ଚଢ଼ଉ କରିଥିଲା। ଭୁବନେଶ୍ବରରେ ଥିବା ନବଙ୍କ ଘରେ ମଧ୍ୟ ତଦନ୍ତକାରୀ ଦଳ ଛାନ୍‌ଭିନ୍‌ କରିଥିଲା। ୩ ଦିନ ଧରି ଆୟକର ବିଭାଗ ତଦନ୍ତ ଜାରି ରଖିଥିଲା। ଚଢ଼ଉର ଦ୍ବିତୀୟ ଦିନରେ ବିଶାଳଙ୍କୁ ଆୟକର ବିଭାଗ କଲକାତାରୁ ଭୁବନେଶ୍ବର ଆଣି ଜେରା କରିଥିଲା। କୋଇଲା ପରିବହନକୁ ନେଇ ଆୟକର ଠକେଇ ହୋଇଥିବା ଅଭିଯୋଗ ରହିଛି। କୋଇଲା ପରିବହନ ସଂକ୍ରାନ୍ତ ଦସ୍ତାବିଜ୍‌ ଜବତ କରି ଆୟକର ଦଳ ତନାଘନା କରୁଛି। ଅନ୍ୟପଟେ ବିଶାଳଙ୍କର କେତେକ ବେନାମି କମ୍ପାନୀ ଚାଲିଥିବା ତଦନ୍ତକାରୀ ସଂସ୍ଥା ନିକଟରେ ଖବର ରହିଛି। ଏହାକୁ ନେଇ ଆୟକର ବିଭାଗ ବିଶାଳଙ୍କୁ ଘନଘନ ଜେରା କରୁଥିବା ସୂଚନା ରହିଛି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories