ସମାଜ ଡିଜିଟାଲ ଡେସ୍କ: ଆମେରିକାରେ ଏକ ସଡ଼କ ଦୁର୍ଘଟଣାରେ ୪ ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ ଘଟିଛି। ସମସ୍ତେ ଗୋଟିଏ ପରିବାରର। ମୃତକଙ୍କ ମଧ୍ୟରେ ଏକ ଦମ୍ପତି ଏବଂ ସେମାନଙ୍କ ଦୁଇ ସନ୍ତାନ ରହିଛନ୍ତି। ଆମେରିକାର ଆଲବାମା ଅନ୍ତର୍ଗତ ଗ୍ରୀନ କାଉଣ୍ଟିରେ ଏହି ଦୁର୍ଘଟଣା ଘଟିଛି।
ମୃତକମାନେ ହେଲେ ଭେଙ୍କଟ ବେଜୁଗାମ, ତାଙ୍କ ସ୍ତ୍ରୀ ତେଜସ୍ଵିନୀ କୋଲେଟି ଏବଂ ସେମାନଙ୍କର ଦୁଇ ସନ୍ତାନ ସିଦ୍ଧାର୍ଥ ଓ ମ୍ରିଦା ମେଜୁଗାମ। ଭେଙ୍କଟ ଓ ତାଙ୍କ ପରିବାର ହାଇଦ୍ରାବାଦର ମୂଳ ବାସିନ୍ଦା। ସେମାନେ ଏକ କାରରେ ଯାଉଥିବାସମୟରେ ରଙ୍ଗ ରୁଟରେ ଆସୁଥିବା ଏକ ଟ୍ରକ ସାମ୍ନା ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ କାରଟି ଜଳି ଯାଇଥିଲା। ମୃତଦେହଗୁଡ଼ିକ ପୋଡ଼ି ଯାଇଥିବାରୁ ପୁଲିସ ସେମାନଙ୍କ ଡିଏନଏ ପରୀକ୍ଷା କରିବ ବୋଲି କହିଛି।



