www.samajalive.in
Sunday, December 14, 2025
15.1 C
Bhubaneswar

ରଣବୀରଙ୍କ ଜନ୍ମଦିନରେ ଆସିଲା ‘ଧୁରନ୍ଧର’ ଟିଜର, ଚମକାଇଦେଲେ ମାଧବନ ଓ ଅକ୍ଷୟ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ବଲିଉଡ଼ ଅଭିନେତା ରଣବୀର ସିଂହ ରବିବାର ତାଙ୍କ ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ଅଭିନେତା। ରଣବୀରଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଧୁରନ୍ଧର’ର ଟିଜର ଆଜି ରିଲିଜ୍‌ କରାଯାଇଛି। ଟିଜରରେ ରଣବୀର ସିଂହ ଦମଦାର ଲୁକ୍‌ରେ ନଜର ଆସିଛନ୍ତି। ଟିଜରରେ ତାଙ୍କ ଲୁକ୍‌ଠାରୁ ଆରମ୍ଭ କରି ଆକ୍ସନ୍ ପର୍ଯ୍ୟନ୍ତ, ସବୁକିଛି ବେଶ୍‌ ଆକର୍ଷଣୀୟ ଦେଖାଯାଉଛି। ଟିଜର ରିଲିଜ୍ ହେବାପରେ ପ୍ରଶଂସକମାନେ ରଣବୀରଙ୍କ ଫିଲ୍ମ ପାଇଁ ଆହୁରି ଅଧିକ ଉତ୍ସାହିତ ହୋଇଯାଇଛନ୍ତି।

- Advertisement -

୨ ମିନିଟ୍ ୩୯ ସେକେଣ୍ଡର ଏହି ଟିଜରଟି ଆର ମାଧବନଙ୍କ କଣ୍ଠ ସ୍ଵରରୁ ଆରମ୍ଭ ହେଉଛି। ଟିଜରରୁ ଜଣାପଡ଼ୁଛି ଯେ, ଫିଲ୍ମର କାହାଣୀ ଏକ ଗୁପ୍ତ ମିଶନ ଉପରେ ଆଧାରିତ। ଯେଉଁଥିରେ ରଣବୀର ସିଂହ ସମ୍ଭବତଃ ଜଣେ ଗୁପ୍ତ ଏଜେଣ୍ଟ ଭୂମିକାରେ ଅଭିନୟ କରିଛନ୍ତି। ଟିଜରରେ ଫିଲ୍ମର ଅନ୍ୟ କଳାକାରମାନେ ମଧ୍ୟ ନଜର ଆସିଛନ୍ତି। ଏଥିରେ ଆର ମାଧବନ, ଅକ୍ଷୟ ଖାନ୍ନା, ସଞ୍ଜୟ ଦତ୍ତ ଏବଂ ଅର୍ଜୁନ ରାମପାଲଙ୍କ ଝଲକ୍ ମଧ୍ୟ ଦେଖିବାକୁ ମିଳିଛି।

ଟିଜରରେ ରଣବୀର ସିଂହଙ୍କ ଦମଦାର ଷ୍ଟାଇଲ୍ ବ୍ୟତୀତ ଯଦି କେହି ତାଙ୍କ ଲୁକ୍ ଦ୍ଵାରା ସଭିଙ୍କୁ ଚମକାଇ ଦେଇଛନ୍ତି, ସେ ହେଉଛନ୍ତି ଆର ମାଧବନ। ଟିଜରରେ ମାଧବନଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର। ସେ କୋଟ୍-ପ୍ୟାଣ୍ଟ ପିନ୍ଧି ଏବଂ ଚନ୍ଦା ଲୁକ୍‌ରେ ନଜର ଆସିଛନ୍ତି। ତାଙ୍କ ଲୁକ୍ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ​‌ ମେଳ ଖାଉଛି।​‌ ଏହା ବ୍ୟତୀତ ଟିଜରରେ ଅକ୍ଷୟ ଖାନ୍ନାଙ୍କ ଲୁକ୍ ମଧ୍ୟ ବେଶ୍ ଦମଦାର ଦେଖାଯାଉଛି। ‘ଛାଭା’ରେ ଔରଙ୍ଗଜେବ ପରେ ଅକ୍ଷୟ ଖାନ୍ନା ପୁଣି ଥରେ ତାଙ୍କ ଲୁକ୍‌ରେ ଖୁବ୍ ପ୍ରଭାବିତ କରୁଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories