www.samajalive.in
Monday, December 15, 2025
26.1 C
Bhubaneswar

ଉପର ମୁଣ୍ଡରେ ପ୍ରବଳ ବର୍ଷା; ହୀରାକୁଦରେ ଖୋଲିଲା ୧୨ଟି ଗେଟ୍‌

ବୁର୍ଲା: ଉପର ମୁଣ୍ଡରେ ଗତ କିଛି ଦିନ ହେବ ପ୍ରବଳ ବର୍ଷା ଏବଂ ମୌସୁମୀର ସକ୍ରିୟତାକୁ ନଜରରେ ରଖି ହୀରାକୁଦ ଡ୍ୟାମରୁ ରବିବାର ପୂର୍ବାହ୍ନରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ସ୍ଲୁଇସ ଫାଟକ ଖୋଲାଯିବା ସମୟରେ ପୂଜା ଓ ନାମ ସଂକୀର୍ତ୍ତନ କରାଯାଇଥିଲା। ଡ୍ୟାମର ୧୨ଟି ସ୍ଲୁଇସ ଫାଟକ ଖୋଲାଯାଇ ବନ୍ୟା ଜଳ ମହାନଦୀକୁ ଛଡାଯାଉଛି। ଡ୍ୟାମ ଅନ୍ତର୍ଗତ ବାମ ପାର୍ଶ୍ବ ସ୍ପିଲ ୱେର ୮ ଓ ଡାହାଣ ପାର୍ଶ୍ବର ୪ ସ୍ଲୁଇସ ଫାଟକ ଦେଇ ଜଳ ଛଡାଯାଉଛି। ଆଜି ସକାଳ ୯ଟା ସମୟରେ ୬୦୯.୫୪ ଫୁଟ ଜଳସ୍ତର ରହିଥିବାବେଳେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୧ ହଜାର ୩୧୬ କ୍ୟୁସେକ ଜଳ ଭଣ୍ଡାରକୁ ପ୍ରବେଶ କରିଥିବାବେଳେ ୩୭ ହଜାର ୯୯୮ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ଅପରାହ୍ନ ୧୨ଟା ସମୟରେ ୧୨ ଫାଟକ ମାଧ୍ୟମରେ ୧ ଲକ୍ଷ ୫୭ ହଜାର ୨୦୮ କ୍ୟୁସେକ ଉଦବୃତ ଜଳ ରାଶି ନିଷ୍କାସିତ ହେଉଥିବାବେଳେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୯୪ ହଜାର ୭୨୪ କ୍ୟୁସେକ ଜଳ ପ୍ରବେଶ କରୁଛି।

ଅନ୍ୟପକ୍ଷରେ ଆଜି ସକାଳସୁଦ୍ଧା ପୂର୍ବ ୨୪ ଘଣ୍ଟା ମଧ୍ୟରେ ଡ୍ୟାମର ଉପର ଓ ତଳ ମୁଣ୍ଡରେ ୫୬. ୯୮ ଏବଂ ୧୮.୫୮ ମିଲି ମିଟର ବର୍ଷା ରେକର୍ଡ ହୋଇଛି। ଗତକାଲି ସନ୍ଧ୍ୟା ୬ଟା ସମୟରେ ଡ୍ୟାମର ଜଳସ୍ତର ୬୦୮.୦୬(ସର୍ବୋଚ୍ଚ ୬୩୦ ଫୁଟ) ଫୁଟ ରହିଥିଲା। ଏହି ସମୟରେ ନଦୀବନ୍ଧ ମଧ୍ୟକୁ ହାରାହାରି ୧ ଲକ୍ଷ ୨୨ ହଜାର ୮୫୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ବରଗଡ଼, ସମ୍ୱଲପୁର ଏବଂ ଶାସନ କେନାଲ ଓ ପାୱାର କେନାଲ ଏବଂ ଶିଳ୍ପ ପାଇଁ ୩୭ ହଜାର ୭୯୩ କ୍ୟୁସେକ ଜଳ ନିଷ୍କାସନ କରାଯାଇଥିବା ଦୃଷ୍ଟାନ୍ତ ରହିଛି। ଆଜି ବୁର୍ଲା ମୁଖ୍ୟବନ୍ଧ ବିଭାଗର ମୁଖ୍ୟ ଯନ୍ତ୍ରୀ ସୁଶୀଲ ବେହେରା ଏହି ସୂଚନା ଗଣମାଧ୍ୟମକୁ ଦେଇଥିଲେ। ଏହି ଅବସରରେ ସମ୍ୱଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବାଳିରମ୍ ବୋନ୍ଦର, ମହାନଗର ନିଗମ କମିସନର ବେଦ ଭୂଷଣଙ୍କ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories