www.samajalive.in
Saturday, December 6, 2025
23.1 C
Bhubaneswar

ଦେଖନ୍ତୁ ଇରାନ ଉପରେ ଇସ୍ରାଏଲ ଆକ୍ରମଣର ଛାତିଥରା ଭିଡିଓ; ଫିଲ୍ମ ଦୃଶ୍ୟରୁ କମ୍‌ ନୁହେଁ..

ନୂଆଦିଲ୍ଲୀ : ଇସ୍ରାଏଲ ଓ ଇରାନର ୧୨ ଦିନ ପର୍ଯ୍ୟନ୍ତ ଚାଲିଥିବା ଯୁଦ୍ଧ ପରେ ଅସ୍ତ୍ର ବିରତି ଘୋଷଣା ହୋଇସାରିଛି । ମାତ୍ର ଏବେ ମଧ୍ୟ ଅନେକ ସ୍ଥାନରେ ଏହାର ପ୍ରଭାବ ଦେଖାଯାଇଛି। ୨ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ଇରାନ ଉପରେ ଇସ୍ରାଏଲ ଆକ୍ରମଣର ଏଭଳି ଏକ ଛାତିଥରା ଆକ୍ରମଣର ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଭୟଭୀତ ହେବା ସାଧାରଣ କଥା । ଇସ୍ରାଏଲ ଏହି ଆକ୍ରମଣ ଇରାନର ରାଜଧାନୀ ତେହରାନ ଉପରେ କରିଥିଲା। ଆକ୍ରମଣର ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ, ଯେପରି ଫିଲ୍ମର ଦୃଶ୍ୟ ଭଳି ମନେ ହେଉଥିଲା।

- Advertisement -

ଆକ୍ରମଣର ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି। ସିସିଟିଭି ଫୁଟେଜରେ ଦେଖାଯାଇଛି, ଇସ୍ରାଏଲ ବାୟୁସେନା ୧୨ ଦିନ ପର୍ଯ୍ୟନ୍ତ ଚାଲିଥିବା ଏହି ଯୁଦ୍ଧର ଶେଷ ଦିନରେ ଇରାନ ରାଜଧାନୀ ତେହରାନରେ ଥିବା ଏକ ସରକାରୀ ଭବନ ଉପରେ ଆକାଶ ମାର୍ଗରୁ ଆକ୍ରମଣ କରିଥିଲା।

ଦୀର୍ଘ ବର୍ଷ ପରେ ଜୁଲାଇ ୬ରେ ଶୁକ୍ର-ଶନିଙ୍କ ଲାଭଦୃଷ୍ଟି ଯୋଗ ; ଏହି ୫ ରାଶି ପାଇଁ ବରଦାନ, ହେବ ଧନର ବର୍ଷା, ବିବାହ, କିଣିବେ ଘର,ଗାଡି..

ଏହି ଘଟଣାଟି ଏବେ ଇସ୍ରାଏଲୀ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ତଦନ୍ତ କରାଯାଉଛି। ତେହେରାନର ଉତ୍ତର ଭାଗରେ ଜିଲ୍ଲା ୧ ରେ ଇରାନୀ ଶାସନ ସହିତ ଜଡିତ ଏକ କୋଠାକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଥିଲା ବୋଲି ଜଣାପଡ଼ିଛି। ଅତି କମରେ ଦୁଇଟି କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା, ଯାହା ମଧ୍ୟରୁ ଗୋଟିଏ କୋଠା ଉପରେ ଆଘାତ କରିଥିଲା। ଅନ୍ୟ କ୍ଷେପଣାସ୍ତ୍ରଟି ଲକ୍ଷ୍ୟ ହରେଇଥିଲା ଏବଂ ନିକଟସ୍ଥ ତାଜରିଶ ଗୋଲଆଉଟରେ ପାର୍କିଂ ହୋଇଥିବା ଅନେକ ଯାନକୁ କ୍ଷତି ପହଞ୍ଚାଇଥିଲା।

ଇରାନକୁ ବଡ ଝଟକା; ତେଲ ବ୍ୟବସାୟ ଉପରେ ବଡ ପ୍ରତିବନ୍ଧକ ଲଗାଇଲା ଆମେରିକା

ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ପାଖରେ ଥିବା କାର ଗୁଡ଼ିକ ଖେଳଣା ପରି ବାୟୁରେ କିଛି ଫୁଟ ଉପରକୁ ଉଡ଼ିଥିଲା। ଭିଡିଓରେ ଏହା ଦେଖାଯାଉଛି ଯେ କାରଗୁଡ଼ିକ ଖେଳଣା ପରି ବାୟୁରେ ଉଡ଼ୁଛି। ନିକଟରେ ଥିବା ଏକ କୋଠା ଭୁଶୁଡ଼ି ପଡ଼ିଥିବା ଦେଖାଯାଉଛି। ସାଧାରଣତଃ ଏପରି ବିସ୍ଫୋରଣ ଦୃଶ୍ୟ କେବଳ ଚଳଚ୍ଚିତ୍ରରେ ଦେଖାଯାଏ।

ଇସ୍ରାଏଲ ଦ୍ୱାରା ଇରାନ ଉପରେ କରାଯାଇଥିବା ୧୨ ଦିନିଆ ଆକ୍ରମଣରେ ଏହାର ଟପ୍‌ ଜେନେରାଲ, ସାମରିକ କମାଣ୍ଡର ଏବଂ ପରମାଣୁ ବୈଜ୍ଞାନିକଙ୍କ ସମେତ ମୋଟ ୯୩୫ ଜଣଙ୍କ ଜୀବନ ଯାଇଥିଲା। ଯେତେବେଳେ ଶହ ଶହ କୋଠା ଧ୍ୱଂସାବଶେଷରେ ପରିଣତ ହୋଇଥିଲା। ଏହା ବ୍ୟତୀତ, ଇସ୍ରାଏଲ ଇରାନର ପରମାଣୁ ଏବଂ ସାମରିକ ଘାଟିଗୁଡ଼ିକୁ ମଧ୍ୟ ଟାର୍ଗେଟ କରିଥିଲା, ଯେଉଁଥିରେ ଏହାର ଗୁରୁତ୍ୱପୂର୍ଣ୍ଣ ଘାଟିଗୁଡ଼ିକ ନଷ୍ଟ ହୋଇଯାଇଥିଲା।

ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ; ଚାରା ଭାବି ନାଗସାପକୁ ଖାଉଥିଲା ମଇଁଷି, ତା’ପରେ..

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories