www.samajalive.in
Monday, December 15, 2025
14.1 C
Bhubaneswar

ବର୍ଷା ଦିନେ ଏମିତି ନିଅନ୍ତୁ କାର କାଚର ଯତ୍ନ, ଦରକାର ପଡିବନି ଓ୍ବାଇପର

ନୂଆଦିଲ୍ଲୀ : ପ୍ରବଳ ବର୍ଷା ସମୟରେ କାର ଡ୍ରାଇଭିଂରେ ସମସ୍ୟା ହୋଇଥାଏ । ଏଭଳି ସମୟରେ ଓ୍ବାଇପର ଚଳାଇବା ପରେ ମଧ୍ୟ ରାସ୍ତା ଭଲ ଭାବେ ଦୃଶ୍ୟମାନ ହୋଇନଥାଏ । ଫଳରେ ଦୁର୍ଘଟଣା ଆଶଙ୍କା ବଢିଯାଏ । ବର୍ଷା ପାଣି କାର କାଚରେ ପଡିବା ଫଳରେ ଓ୍ବାଇପର ଜଲଦି ଜଲଦି ଚାଲୁ କରିବାକୁ ପଡିଥାଏ । ଏହା ଫଳରେ କାଚରେ ଥିବା ରିପେଲେଣ୍ଟ ମାତ୍ର ୪-୫ ଦିନରେ ହଟିଯାଏ ।

କିନ୍ତୁ କାରର ପଛ କାଚରେ ଓ୍ବାଇପର ଅଧିକ ଦରକାର ପଡିନଥାଏ ଯାହା ଫଳରେ ସେଥିରେ ରିପେଲେଣ୍ଟର ଲାଇଫ୍ ଅଧିକ ଦିନ ହୋଇଥାଏ । ଏହାର ବ୍ୟବହାର କାରର ସାଇଡ୍ ମିରରେ ମଧ୍ୟ ହୋଇଥାଏ । ବର୍ଷା ସମୟରେ ରେନ୍ ରିପେଲେଣ୍ଟ ସବୁବେଳେ କାରରେ ରଖିବା ଉଚିତ୍ । ରେନ୍ ରିପେଲେଣ୍ଟରେ ପଲିସିଲୋକ୍ସନ ଓ ହାଇଡ୍ରୋକ୍ସି-ଟର୍ମିନେଟେଡ୍ ଇନଗ୍ରିଡିଏଣ୍ଟ୍ସ ରହିଥାଏ ଯାହା ଗ୍ଲାସ ଉପରେ ସିନ୍ଥେଟିକ୍ ହାଇଡ୍ରୋଫୋବିକର ସ୍ତର ସୃଷ୍ଟି କରିଥାଏ । ଏହା ଆଣ୍ଟି ଓ୍ବାଟର ଏଲିମେଣ୍ଟ ହୋଇଥାଏ ଯାହା ପାଣିକୁ ବୁନ୍ଦାରେ ପରିବର୍ତ୍ତନ କରିଥାଏ ଏବଂ ବହି ଯାଇଥାଏ । ଫଳରେ ସାମାନ୍ୟ ବର୍ଷା ହେଲେ ଓ୍ବାଇପର୍ସ ଚଳାଇବା ଆବଶ୍ୟକ ପଡିନଥାଏ ।

- Advertisement -

ରେନ୍ ରିପେଲେଣ୍ଟ ଏକ ପ୍ରକାର ପଲିସ ହୋଇଥାଏ ଯାହାକୁ କାଚର ବାହାର ପଟେ ଲଗାଯାଏ । ଏହାକୁ ବ୍ୟବହାର କରିବା ପୂର୍ବରୁ କାଚକୁ ଭଲ ରୂପେ ସଫା କରିଦେବା ଉଚିତ୍ । ଏହା ପରେ କୌଣସି କଟନ ବା ନରମ  କପଡାରେ ରିପେଲେଣ୍ଟକୁ ନେଇ କାଚ ଉପରେ ଲଗାଇ ଦେବା ଉଚିତ୍ । ଏହାକୁ ଅନଲାଇନ୍ ବା ଅଫଲାଇନରେ ମଧ୍ୟ ଗ୍ରାହକ କ୍ରୟ କରିପାରିବେ । ଏହାର ଦାମ୍ ୩୦୦ ଟଙ୍କାରୁ ଆରମ୍ଭ ହୋଇଥାଏ । ଉତ୍ତମ ଗୁଣବତ୍ତାର ରିପେଲେଣ୍ଟ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories