www.samajalive.in
Saturday, December 6, 2025
15.1 C
Bhubaneswar

ସ୍ୱାଭିମାନ ଅଞ୍ଚଳରେ ସମାଜ ପକ୍ଷରୁ ମେଗା ସ୍ବାସ୍ଥ୍ୟ ମେଳା

ମାଲକାନଗିରି : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ସମାଜ ପକ୍ଷରୁ “ସେବା ଓ ସେବକ” ସପ୍ତାହରେ ଅବସରରେ ମାଲକାନଗିରି ଜିଲ୍ଲାରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଦୁର୍ଗମ ଅପହଞ୍ଚ ଅଞ୍ଚଳ ଯନ୍ତ୍ରୀ ପଂଚାୟତ ଠାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ କରାଯାଇଥିଲା । ଉକ୍ତ ଅଞ୍ଚଳକୁ ଯାତାୟତର କୌଣସି ସୁବିଧା ନଥିବାରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଲଞ୍ଚ ମାଧ୍ୟମରେ ସ୍ପିଲୱେବ ଠାରୁ ତିନିଜଣ ବିଶେଷଜ୍ଞ ଡାକ୍ତର ଙ୍କ ସହ ପ୍ରାୟ ୧୫ଜଣ ସ୍ୱାସ୍ଥ୍ୟ କର୍ମଚାରୀ ପ୍ରାୟ ୪ଘଣ୍ଟା ଧରି ଜଳ ଯାତ୍ରା କରି ଉକ୍ତ ଅଞ୍ଚଳରେ ପହଁଞ୍ଚିଥିଲେ । ଯେଉଁ ଅଞ୍ଚଳରେ କି ମାଓବାଦୀ ଙ୍କ ପ୍ରଭାବ ଯୋଗୁଁ ସ୍ୱାସ୍ଥ୍ୟ ସେବା ସାତ ସପନ ହୋଇପଡ଼ିଥିଲା । ପ୍ରଥମ ଥର ପାଇଁ କୌଣସି ବିଶେଷଜ୍ଞ ଡାକ୍ତରଙ୍କ ସ୍ୱାସ୍ଥ୍ୟ ସେବା ପାଇଥିଲେ ଅଞ୍ଚଳବାସୀ । ଅତ୍ୟାଧୁନିକ ଯନ୍ତ୍ରପାତି ଇସିଜି,ଇକୋ ଭଳି ଉପକରଣ ଦ୍ୱାରା ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଅଞ୍ଚଳ ବାସୀଙ୍କୁ ସେବା ଯୋଗାଇ ଦିଆଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ଅଧିକାଂଶ ମ୍ୟାଲେରିଆ, ଚକ୍ଷୁ, ଚର୍ମ ରୋଗୀ ଙ୍କ ସହ ବାତ ଜ୍ଵର ପୀଡିତ ରୋଗୀ ରହିଥିଲା ବେଳେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବିତରଣ କରାଯାଇଥିଲା । ଏହି ଦୁର୍ଗମ ଅଞ୍ଚଳରେ ଲୋକସେବକ ମଣ୍ଡଳ ସାମାଜ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରଶଂସିତ ହୋଇଥିବା ବେଳେ ଏହି ଭଳି ଶିବିର ର ଆୟୋଜନ ହୋଇପାରିଲେ ଏହି ଅଞ୍ଚଳରେ ସ୍ବାସ୍ଥ୍ୟ ସେବାରେ ସୁଧାର ଆସିବ ବୋଲି ସ୍ଥାନୀୟ ଅଞ୍ଚଳରେ ମତପ୍ରକାଶ ପାଇଛି । ଆୟୋଜିତ ଏହି ଶିବିରରେ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ଙ୍କ ନେତୃତ୍ୱରେ ବରିଷ୍ଠ ଡାଃ ନାରାୟଣ ପାତ୍ର, ଦେବାଶିଷ ପଣ୍ଡା ମାଲକାନଗିରି ICUର ଭାରପ୍ରାପ୍ତ ପରିଚାଳକ ପଦ୍ମାବତୀ ଜେନା ପ୍ରମୁଖ ଶିବିର ରେ ସ୍ୱାସ୍ଥ୍ୟ ସେବା ଯୋଗାଇଥିଲେ । ମାଲକାନଗିରି ସମାଜ ପ୍ରତିନିଧି ଗୋପୀକୃଷ୍ଣ ପଟ୍ଟନାୟକ ଏହି ସ୍ୱାସ୍ଥ୍ୟ ଶିବିରକୁ ପରିଚାଳନା କରିଥିବା ବେଳେ ଚିତ୍ରକୋଣ୍ଡା ବ୍ଲକ ସମାଜ ପ୍ରତିନିଧି ସହଯୋଗ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories