www.samajalive.in
Friday, December 5, 2025
20.1 C
Bhubaneswar

ଖୁବ୍‌ଶୀଘ୍ର ମାଗଣା ‘୧୦୯’ ଶବ ବାହନ ସେବା

ଭୁବନେଶ୍ବର : ରାଜ୍ୟ ସରକାର ଖୁବ୍‌ଶୀଘ୍ର ମାଗଣା ‘୧୦୯’ ଶବ ବାହନ ସେବା ଆରମ୍ଭ କରିବେ। ଏହି ସେବା ୧୦୮ ଆମ୍ବୁଲାନ୍ସ ସେବାର ଆଦର୍ଶରେ ପରିଚାଳିତ ହେବ ଏବଂ ଏହା ସମ୍ପୂର୍ଣ୍ଣ ମାଗଣା ହେବ। ଖୁବ୍‌ଶୀଘ୍ର ମାଗଣା ଶବ ଗାଡ଼ି ସେବା ସମ୍ପର୍କିତ ମାର୍ଗଦର୍ଶିକା ଆସିବ। ଏନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ମାଗଣା ଆମ୍ବୁଲାନ୍ସ ସେବା ପରି ସରକାରଙ୍କ ପକ୍ଷରୁ ମାଗଣା ଶବ ଗାଡ଼ି ସେବା ଆରମ୍ଭ କରାଯିବ। ଏନେଇ ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ଘୋଷଣା କରିଥିବାବେଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରାଜ୍ୟରେ ମାଗଣା ଶବ ଗାଡ଼ି ସେବାର ପରିଚାଳନା ପାଇଁ ଏକ ସୁଚିନ୍ତିତ ନିୟମାବଳୀ ପ୍ରସ୍ତୁତ କରିବ। ଏନେଇ ଆସନ୍ତା ଜୁଲାଇ ୨ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ସ୍ମିତା ବିଶ୍ବାଳଙ୍କ ପକ୍ଷରୁ ଜାରି ହୋଇଥିବା ଏକ ପତ୍ରରେ ଗୃହ, ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ, ଅର୍ଥ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ପ୍ରମୁଖ ସଚିବମାନଙ୍କୁ ଏହି ବୈଠକରେ ଉପସ୍ଥିତ ରହିବାକୁ କୁହାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories