www.samajalive.in
Friday, December 5, 2025
26.1 C
Bhubaneswar

କୌଣସି ବ୍ୟତିକ୍ରମ ହୋଇନାହିଁ: ଆଇନ ମନ୍ତ୍ରୀ   

ଭୁବନେଶ୍ୱର: ଚଳିତ ବର୍ଷ ରଥଟଣାରେ କୌଣସି ବ୍ୟତିକ୍ରମ ହୋଇନାହିଁ। ଅତୀତରେ ସୂର୍ଯ୍ୟାସ୍ତ ପରେ ଆଲୋକ ବ୍ୟବସ୍ଥା ସହ ରଥଟଣା ଯିବାର ନଜିର ରହିଛି। ଶ୍ରୀଗୁଣ୍ଡିଚା ତିଥିରେ ରଥଟଣା ଯିବାର ବିଧି ଥିବାରୁ ଭକ୍ତଙ୍କ ଉତ୍କଣ୍ଠାକୁ ଦୃଷ୍ଟିରେ ରଖି ନନ୍ଦିଘୋଷ ରଥ ଗୋଟିଏ ଥର ଟଣାଯାଇଛି। ଭଲ ପାଗ ଥିବାରୁ ଚଳିତ ବର୍ଷ ପ୍ରାୟ ଦେଢ଼ଗୁଣ ଲୋକଙ୍କ ସମାଗମ ହୋଇଥିଲା। ନିର୍ଦ୍ଧାରିତ ସମୟରେ ଠାକୁରଙ୍କ ପହଣ୍ଡି ସମେତ ରଥଟଣା ଆରମ୍ଭ ହୋଇଥିଲା। ରଥଯାତ୍ରା ଅଘଟଣ ମୁକ୍ତ ହୋଇଥିବା ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହାସହିତ କର୍ଡନ ଭିତରେ ଲୋକଙ୍କ ଅତ୍ୟଧିକ ଭିଡ଼ ଯୋଗୁଁ ରଥଟଣାରେ ବିଭ୍ରାଟ ଦେଖାଦେଇଛି। କର୍ଡନ ଭିତରେ ହଜାର ହଜାର ଲୋକ ପାସ୍‌‌ ଲଗାଇ ଉପସ୍ଥିତ ଥିଲେ। ସେଥିରେ ଅଧିକାଂଶ ରାଜନୈତିକ ଦଳର କର୍ମୀ, ବ୍ୟବସାୟୀ ଏବଂ ଅନଧିକୃତ ବ୍ୟକ୍ତି ରହିଥିଲେ। ଏଥିଯୋଗୁଁ ପ୍ରଥମ ଥର ପାଇଁ ରଥ କର୍ଡନ ବୃଦ୍ଧି କରାଯାଇଥିଲା। ପୂର୍ବବର୍ଷ ତୁଳନାରେ ପ୍ରାୟ ଦୁଇତିନି ଗୁଣ ଲୋକଙ୍କୁ ପ୍ରଶାସନ ପକ୍ଷରୁ କର୍ଡନ ପାସ୍‌‌ ପ୍ରଦାନ କରାଯାଇଥିଲା। ଗୁରୁବାର ରାତି ତମାମ କେତେକ ଅଧିକାରୀ କର୍ଡନ ପାସ୍‌‌ ବାଣ୍ଟିଥିଲେ। ଚଳିତ ବର୍ଷ ରଥଯାତ୍ରାରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ କର୍ଡନ ପାସ୍‌‌ ଦିଆଯିବା ଯୋଗୁଁ ସମସ୍ୟା ସୃଷ୍ଟି ହୋଇଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories