www.samajalive.in
Saturday, December 6, 2025
16.1 C
Bhubaneswar

ବାହାଘର ପୂର୍ବରୁ ଚାଲିଗଲା ଯୁବକଙ୍କ ଜୀବନ

ନୀଳଗିରି: ବାହାଘରର ଦୁଇ ଦିନ ପୂର୍ବରୁ ଚାଲିଗଲା ଯୁବକଙ୍କ ଜୀବନ।  ବାଲେଶ୍ୱର ଜିଲା ନୀଳଗିରିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବନ୍ଧୁଙ୍କୁ ଆଣିବାକୁ ଷ୍ଟେସନ ଗଲା ବେଳେ ଧକ୍କା ଦେଲା ଡମ୍ପର ।  ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଗୋବରା ଗାଁର ହରେକୃଷ୍ଣ ମହାଳିକ ବୋଲି ଜଣାପଡିଛି। ଶୁକ୍ରବାର ହରେକୃଷ୍ଣଙ୍କର ବିବାହ ହୋଇଥାନ୍ତା। ସେ ଓ ତାଙ୍କ ପୁତୁରା ଜ୍ୟୋତିଶଙ୍କର ଏକ କାର ଯୋଗେ ସେରଗଡ଼ ଅଞ୍ଚଳକୁ ତାଙ୍କ ଭାଇ ଭଉଣୀଙ୍କୁ ଆଣିବାକୁ ଯାଉଥିଲେ। ଅପରପକ୍ଷରୁ ଦ୍ରୁତ ଗତିରେ ଆସୁଥିବା ଡମ୍ଫରଟି କାରକୁ ଧକ୍କା ଦେବାରୁ ଦୁର୍ଘଟଣା ସ୍ଥଳରେ ହରେକୃଷ୍ଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜ୍ୟୋତିଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରା ଯାଇଛି। ଉତ୍ୟକ୍ତ ଲୋକେ ବାଲିଗୋହିରି ଛକରେ ରାସ୍ତାରୋକ କରିଛନ୍ତି। ନୀଳଗିରି ଏସଡିପିଓ ପ୍ରମୋଦ ମଲିକ, ଆଇଆଇସି ଗୋବର୍ଦ୍ଧନ ନାୟକ ପ୍ରମୁଖ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories