www.samajalive.in
Sunday, December 14, 2025
26.1 C
Bhubaneswar

ଆଜି ମହାକାଶକୁ ଯିବ ଅକ୍ସିଅମ୍‌-୪

ଫ୍ଲୋରିଡା : ଏକାଧିକ ଥର ସ୍ଥଗିତ ରଖାଯିବା ପରେ ଅକ୍ସିଅମ-୪ ମହାକାଶ ଯାନ ଆଜି ଭାରତୀୟ ସମୟ ମଧ୍ୟାହ୍ନ ୧୨ଟା ୦୧ ମିନିଟରେ ଫାଲକନ୍‌-୯ ରକେଟ ଯୋଗେ ଉତ୍‌କ୍ଷେପଣ କରାଯିବ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଏହି ଅଭିଯାନରେ ଭାରତୀୟ ବାୟୁସେନାର ଲଢୁଆ ପାଇଲଟ ଶୁଭାଂଶୁ ଶୁକ୍ଳା ସାମିଲ ଅଛନ୍ତି। ଶୁଭାଂଶୁ ଏହି ଅଭିଯାନରେ ମିଶନ ପାଇଲଟ ଦାୟିତ୍ବ ବହନ କରୁଥିବାବେଳେ ଅନ୍ୟ ତିନି ମହାକାଶଚାରୀ ପେଗି ହ୍ବିଟସନ, ଟିବର କାପୁ ଓ ସ୍ଲାଓଜ୍‌ ୱିସ୍‌ନ୍ୟୁସ୍କି ମଧ୍ୟ ମହାକାଶକୁ ଯାତ୍ରା କରିବେ। ଏମାନେ ଆଇଏସ୍‌ଏସ୍‌ (ଆନ୍ତର୍ଜାତିକ ମହାକାଶ ​‌ଷ୍ଟେସନ)ରେ ପ୍ରାୟ ଦୁଇ ସପ୍ତାହ ରହିବାପରେ ପୃଥିବୀପୃଷ୍ଠକୁ ଫେରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ମେ’ ୨୯ରେ ଅକ୍ସିଅମ୍‌-୪ ଉତ୍‌ପେକ୍ଷଣ କରାଯିବ ବୋଲି ପ୍ରଥମେ ସ୍ଥିର ହୋଇଥିଲା। ତେବେ ବୈଷୟିକ ତ୍ରୁଟି ପରିଲକ୍ଷିତ ହେବାରୁ ଏହା ଜୁନ ୮, ୧୦, ୧୧, ୧୯ ଓ ୨୨କୁ ସ୍ଥଗିତ ରଖାଯାଇଥିଲା। ନାସା, ଅକ୍ସିଅମ୍‌ ସ୍ପେସ୍‌ ଏବଂ ସ୍ପେସ୍‌ଏକ୍ସର ମିଳିତ ସହଯୋଗରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯାଉଛି।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories