www.samajalive.in
Sunday, December 14, 2025
16.1 C
Bhubaneswar

ବେଳାଭୂମି ଗଣଦୁଷ୍କର୍ମ ମାମଲା, ଘଟଣାସ୍ଥଳରେ ସିନ୍ ରିକ୍ରିଏସନ୍

ଗୋପାଳପୁର : ସାରା ଓଡିଶା ରଜ ପାଳନରେ ମସଗୁଲ ରହିଥିବାବେଳେ ଗୋପାଳପୁର ବେଳାଭୂମିରେ ୧୫ ତାରିଖରେ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଆସିଥିବା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା । ଏହି ଘଟଣାରେ ସମ୍ପୃକ୍ତ ରହିଥିବା ସମସ୍ତ  ୧୦ ଜଣ ଅଭିଯୁକ୍ତକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିଲା । ଏମାନଙ୍କ ମଧ୍ୟରୁ ୪ ଜଣ ନାବାଳକ ରହିଥିବାବେଳେ ୬ ଜଣ ସାବାଳକ ରହିଥିଲେ । ଘଟଣାର  ଅଧିକ ତଦନ୍ତ ପାଇଁ ରାଜ୍ୟ ସରକାର ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । ଅଭିଯୁକ୍ତ ମାନଙ୍କୁ କ୍ରାଇମବ୍ରାଞ୍ଚ ଟିମ ପକ୍ଷରୁ  ରିମାଣ୍ଡରେ ନେଇ ଅଧିକ ତଦନ୍ତ କରିବା ପାଇଁ  କୋର୍ଟରେ ଆବେଦନ କରାଯାଇଥିଲା । କୋର୍ଟ ଆବେଦନକୁ ମଞ୍ଜୁର କରିଥିବାରୁ ଆଜି ଅପରାହ୍ନରେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ୬ ଜଣ ଅଭିଯୁକ୍ତ ବେଲଗାଁ ଥାନା ଅନ୍ତର୍ଗତ ପାଟପୁର ଗାଁର କୁନାଲ ପ୍ରଧାନ, ହିଞ୍ଜିଳି ଥାନା ଅନ୍ତର୍ଗତ ବୁରୁପଡା ଗ୍ରାମର ବାବୁରାମ ଦଳାଇ, ଲକ୍ଷ୍ମଣ ପ୍ରଧାନ, ସିକିରି ଗ୍ରାମର ଓମ୍ ପ୍ରଧାନ, ଦୀପକ ତରାଇ ଓ ପୁରୁଷୋତ୍ତମପୁର ଅଂଚଳର ପ୍ରମୋଦ ନାୟକ ପ୍ରମୁଖଙ୍କୁ ରିମାଣ୍ଡରେ  କ୍ରାଇମବ୍ରାଞ୍ଚ ଆଣିଛି। ରିମାଣ୍ଡରେ ଅଭିଯୁକ୍ତମାନଙ୍କୁ ଅଣାଯାଇ ପ୍ରଥମେ ଗୋପାଳପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଅଭିଯୁକ୍ତ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେଠାରୁ ଗୋପାଳପୁର ଥାନାକୁ ଅଣାଯାଇଥିଲା। କ୍ରାଇମବ୍ରାଞ୍ଚ ଆଇ.ଜି ଏସ ସାଇନିଙ୍କ ସମେତ ୫ ଜଣିଆ ଟିମ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ,ବ୍ରହ୍ମପୁର ଏସ.ଡ଼ି.ପି.ଓ ପିୟୂଷ ରଞ୍ଜନ ଛୋଟରାୟ ପ୍ରମୁଖ ଉପସ୍ଥିତ ରହି ୬ ଜଣ ଅଭିଯୁକ୍ତକୁ ଘଟଣା ଦିନର ସମସ୍ତ ବିଷୟ ପଚାରା ଉଚରା କରୁଥିବା ଜଣାପଡ଼ିଛି । ଏହାପରେ ଘଟଣାସ୍ଥଳକୁ ଯାଇ ସିନ ରିକ୍ରିଏସନ କରିଛି  ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories