www.samajalive.in
Friday, December 12, 2025
23.1 C
Bhubaneswar

ଶାଶ୍ବତର ସନ୍ଧାନରେ

ପୁତ୍ର ଜନ୍ମର ପଞ୍ଚମ ଦିବସରେ ଜ୍ୟୋତିଷମାନେ ଭବିଷ୍ୟତବାଣୀ ଶୁଣାଇଥିଲେ- ଏହି ରାଜପୁତ୍ର ଯୁବକ ଅବସ୍ଥାରେ ସଂସାରପ୍ରତି ବୈରାଗ୍ୟଭାବ ଆଣି ସଂସାର ତ୍ୟାଗ କରିବ।’ ସେହି ଦିନୁ ପିତାଙ୍କର କର୍ଣ୍ଣକୁହରରେ ବାରମ୍ବାର ପ୍ରତିଧ୍ବନିତ ହେଉଥିଲା ଜ୍ୟୋତିଷମାନଙ୍କର ସେହି ଚେତାବନୀ- ‘ମହାରାଜ! ଏ ପୁତ୍ର କେବେହେଲେ ଘରେ ରହିବ ନାହିଁ, ବୃଦ୍ଧ ରୋଗୀ, ମୃତବ୍ୟକ୍ତି ଓ ସନ୍ନ୍ୟାସୀଙ୍କୁ ଦେଖିଲାପରେ ଗୃହତ୍ୟାଗ କରିବ।’ ପିତା ହିସାବରେ ଏସବୁ ନଦେଖିବା ପାଇଁ ଯଥାସମ୍ଭବ ପ୍ରତିଷେଧକ ବ୍ୟବସ୍ଥା କରିଥିଲେ। ରୋଗ, ଜରା, ମୃତ୍ୟୁର ଚିତ୍ର ଦେଖିବାକୁ ନ ଦେଇ ପ୍ରହରୀବେଷ୍ଟିତ ପ୍ରାସାଦ ଭିତରେ ରଖି କ୍ଷାତ୍ରଧର୍ମ ଶିକ୍ଷାଦିଗରେ ସଚେତନ ଥି‌େ‌ଲ ପିତା। ରାଜପ୍ରାସାଦର ଅପର୍ଯ୍ୟାପ୍ତ ବିଳାସବ୍ୟସନ ଭିତରେ ସାଂସାରିକ ଦୁଃଖଦୈନ୍ୟ, କ୍ଲେଶ କିପରି ପାସୋରିଯିବେ ଓ ତାଙ୍କର ଅଭୀପ୍‌ସା ଅନୁଯାୟୀ ଚକ୍ରବର୍ତ୍ତୀ ସମ୍ରାଟ ହେବାକୁ ମନ ବଳାଇବେ ସେ ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ନେଇଥିଲେ ପିତା। ରାଜକୁମାରଙ୍କ ବୟସ କ୍ରମଶଃ ବଢ଼ିଥିଲା। ହେଲେ ରାଜପ୍ରାସାଦର ବିଳାସ, ଐଶ୍ବର୍ଯ୍ୟ ଭିିତରେ ମଜ୍ଜି ନରହି ରାଜକୁମାର ଅଧିକାଂଶ ସମୟ ଏକୁଟିଆ, ଚିନ୍ତାଶୀଳ ଭାବରେ ବସିରହୁଥିଲେ। କେବେ କେମିତି ନିଜ କକ୍ଷରୁ ଅନ୍ୟମାନଙ୍କୁ ବାହାର କରିଦେଇ ଏକୁଟିଆ ରହିବା ପାଇଁ, କେବେ ରାଜୋଦ୍ୟାନର ନିଭୃତସ୍ଥାନରେ ବସି ରହିବାକୁ ଭଲ ପାଉଥିଲେ।
ପୁଅର ଭବିଷ୍ୟତ ନେଇ ସର୍ବଦା ଶଙ୍କାକୁଳ ପିତା ଶୁ​‌େ​‌ଦ୍ଧାଧନ ପାରିଷଦବର୍ଗଙ୍କ ପରାମର୍ଶରେ ଜଣେ ସୁନ୍ଦରୀ ଯୁବତୀସହ ବିବାହ କରାଇ ଦେଇଥିଲେ। ପତ୍ନୀ ଯଶୋଧାରା ଯେତିକି ସୁନ୍ଦରୀ ଥିଲେ ସେତିକି ବୁଦ୍ଧିମତୀ ଥିଲେ। ରାଜକୁମାରଙ୍କ ପାଖେପାଖେ ରହି ମାୟାପୁରୀର ମୋହରେ ତାଙ୍କୁ ବାନ୍ଧି ରଖିବାକୁ ​‌େ​‌ଚଷ୍ଟା କରିଥିିଲେ। ଶୁଦ୍ଧୋଧନ ପୁଅର ଭବିଷ୍ୟତ ନେଇ ଏତେ ଯତ୍ନଶୀଳ ଥିଲେ ଯେ କେବଳ ଲାସ୍ୟମୟୀ ତରୁଣୀତରୁଣଙ୍କ ଛଡ଼ା ସେ ରହୁଥିବା କକ୍ଷକୁ ଆଉ କାହାରି ପ୍ରବେଶାଧିକାର ନଥିଲା। ପ୍ରମୋଦ ଉଦ୍ୟାନରେ ମଉଳା ଫୁଲ, ଶୁଖିଲା ପତ୍ର, ଶ୍ରୀହୀନ ବୃକ୍ଷ ଯେପରି ନରହେ ସେ ଦିଗରେ ଦୃଷ୍ଟି ଦିଆଯାଇଥିଲା। ବୈରାଗ୍ୟ, ଦୁଃଖଶୋକର ସଂଗୀତଗାନ ଉପରେ ନିଷେଧାଦେଶ ଜାରି କରାଯାଇଥିଲା।
କୃତ୍ରିମତାର ଏହି ଆବରଣ କେତେକାଳ ବା ତେଜୋଦୀପ୍ତ ସୂର୍ଯ୍ୟଙ୍କ ପ୍ରଭାକୁ ଢାଙ୍କି ରଖିବାରେ ସକ୍ଷମ ହେବ? ଯିଏ ସମଗ୍ର ଜଗତକୁ ଜ୍ଞାନର ଆଲୋକରେ ଉଦ୍‌ଭାସିତ କରିବେ, ବିଶ୍ବବାସୀଙ୍କୁ କାମନାର ବିନାଶ ଓ ମୋକ୍ଷର ମାର୍ଗ ଦର୍ଶାଇବେ, ଦୁଃଖଯନ୍ତ୍ରଣା ଜର୍ଜରିତ ମାନବକୁ ମୁକ୍ତିର ସନ୍ଦେଶ ଦେବେ, ସେ ସଂସାରର ମାୟାଜାଲରେ କେତେକାଳ ବା ଆବଦ୍ଧ ରହିବେ?
ସବୁପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଇଥିଲା ରାଜକୁମାର ​‌େ​‌ଯପରି ଜରାଗ୍ରସ୍ତ ବ୍ୟକ୍ତି, ରୋଗୀ, ମୃତବ୍ୟକ୍ତିଙ୍କୁ ନ ଦେଖିବେ। ହେଲେ ବିିଧିର ବିଧାନ ଥିଲା ଅଲଂଘନୀୟ। ନଗର ପରିକ୍ରମାରେ ବୃଦ୍ଧ, ରୋଗୀ, ମୃତବ୍ୟକ୍ତିଙ୍କୁ ଦେଖି ଗଭୀର ଚିନ୍ତାମଗ୍ନ ଥିଲାବେଳେ ଜଣେ ସନ୍ନ୍ୟାସୀଙ୍କୁ ଦେଖିଥିଲେ। ପ୍ରସନ୍ନବଦନ ସନ୍ନ୍ୟାସୀଙ୍କୁ ପଚାରି ବୁଝିଥିଲେ- ଯେଉଁ ସୁଖ ନଶ୍ବର, ପରିବର୍ତ୍ତନଶୀଳ, ଅଳିକ ସଂାସାରିକ ବିଷୟବାସନାରେ ମିଳେନାହିଁ ତାକୁ ତ୍ୟାଗକରି ଶାଶ୍ବତ ସୁଖଶାନ୍ତି ସନ୍ଧାନରେ ମୁଁ ଗୃହତ୍ୟାଗୀ ହୋଇଛି। ଏହି ମାର୍ଗରେ ସାଂସାରିକ ଦୁଃଖଯନ୍ତ୍ରଣା, ରୋଗଶୋକରୁ ମୁକ୍ତି ମିଳିପାରେ ବୋଲି ତାଙ୍କର ଧାରଣା ଦୃଢ଼ୀଭୂତ ହେଲା। ସନ୍ନ୍ୟାସୀ ହିଁ ଜରା-ବ୍ୟାଧି, ମୃତ୍ୟୁମୟ ସଂସାରରୁ ମୁକ୍ତିର ବାଟ ଦେଖାଇଥିଲେ ସିଦ୍ଧାର୍ଥ (ପରବର୍ତ୍ତୀ ସମୟରେ ବୁଦ୍ଧଦେବ)ଙ୍କୁ।

Hot this week

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

Related Articles

Popular Categories