www.samajalive.in
Friday, December 5, 2025
20.1 C
Bhubaneswar

ମହଙ୍ଗା ପଡିଲା ଡଙ୍ଗରିଆ କନ୍ଧଙ୍କ ଠାରୁ ଲାଞ୍ଚ ନେବା ; ଭିଜିଲାନ୍ସ ଜାଲରେ ବିଷମକଟକ ସିଡିପିଓ ଓ ବରିଷ୍ଠ କିରାଣୀ

ରାୟଗଡ଼ା : ଅଙ୍ଗନବାଡ଼ି କର୍ମୀ ଚାକିରି କରାଇଦେବା ପାଇଁ ଡଙ୍ଗରିଆ କନ୍ଧଙ୍କ ଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ରାୟଗଡ଼ା ଜିଲା ବିଷମକଟକ ସିଡ଼ିପିଓ ସୁଶିଲା ଶବର ଓ କିରାଣୀ ରାମଚନ୍ଦ୍ର ପାତ୍ର। ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସର ସ୍ବତନ୍ତ୍ର ଟିମ ଉଭୟଙ୍କୁ କୁମ୍ଭାରଧାମୁଣୀ-ଥେରୁବାଲି ରାସ୍ତାରୁ ଧରିଛି। ମିଳିଥିବା ସୂଚନା ମୁତାବକ, ବିଷମକଟକ ବ୍ଲକ ଅନ୍ତର୍ଗତ କୁର୍ଲୀ ପଞ୍ଚାୟତର ପୁଟେଶି ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଲାଲୁ ସିକକାଙ୍କ ସ୍ତ୍ରୀଙ୍କର ଅଙ୍ଗନୱାଡ଼ି ଚାକିରୀ କରେଇ ଦେବାକୁ ଏକ ଲକ୍ଷ ୬୦ ହଜାର ଟଙ୍କା ଦାବି କରିଥିଲେ ସିଡିପିଓ।ହେଲେ ଏତେ ଟଙ୍କା ଦେବାରେ ଅକ୍ଷମତା ପ୍ରକାଶ କରିବା ପରେ ୧.୪୦ ଲକ୍ଷ ଟଙ୍କା ଦେବାକୁ ଫାଇନାଲ ହୋଇଥିଲା।
ଡଙ୍ଗରିଆ କନ୍ଧ ଲାଲୁ ସିକକା ଅଗ୍ରୀମ କୋଡିଏ ହଜାର ଟଙ୍କା ଫୋନ ପେ ମାଧ୍ୟମରେ ଗତ ୨୦ ତାରିଖରେ ସିଡ଼ିପିଓ ପାଇଁ ତାଙ୍କର କିରାଣୀ ରାମଚନ୍ଦ୍ର ପାତ୍ରଙ୍କୁ ଦେଇଥିଲେ। ଆଜି ନିଯୁକ୍ତି ପତ୍ର ଦେବା ପାଇଁ ଆଉ ୮୦ ହଜାର ଟଙ୍କା ସିଡିପିଓଙ୍କୁ ପ୍ରଦାନ କରିଥିଲେ। ଏହି ସମୟରେ ରାୟଗଡ଼ା ଭିଜିଲାନ୍ସ ଟିମ୍ କୁମ୍ଭାରଧାମୁଣୀ- ଥେରୁବାଲି ରାସ୍ତାରେ ଅପେକ୍ଷା କରି ବସିଥିଲେ। ସିଡ଼ିପିଓ ବିଷମକଟକରୁ ନିଜ ଘର ରାୟଗଡ଼ାକୁ ଯିବା ସମୟରେ ଭିଜିଲାନ୍ସ ଟିମ୍ ସିଡ଼ିପିଓ ସୁଶୀଳା ଶବର ଓ ବରିଷ୍ଠ କିରାଣୀ ରାମ ଚନ୍ଦ୍ର ପାତ୍ରଙ୍କୁ ଧରିଥିଲା। ଏହି ଚଢଉରେ ରାୟଗଡ଼ା ଭିଜିଲାନ୍ସ ଇନ୍ସପେକ୍ଟର ତରୁଲତା ବେହେରା, ସଂଜୟ ପ୍ରଧାନ, ଏ ଏସ ଆଇ ଲୋକନାଥ ଦୋରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଉଭୟଙ୍କୁ ରାୟଗଡ଼ା ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରାଉଚରା ଚାଲିଛି। ଏବେ ଭିଜିଲାନ୍ସର ତିନୋଟି ଟିମ ଉଭୟଙ୍କ ଘର, ଅଫିସ କାର୍ଯ୍ୟାଳୟରେ ଚଢ଼ଉ ଜାରି ରଖିଛନ୍ତି। ଆସନ୍ତା କାଲି ସବିଶେଷ ତଥ୍ୟ ମିଳିବ ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି। ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ କିରାଣୀ ରାମଚନ୍ଦ୍ର ରାୟଗଡ଼ା ତହସିଲରେ କାର୍ଯ୍ୟ କରୁଥିବା ବେଳେ ନକଲି କାଗଜ ପତ୍ରରେ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ଦ୍ଵାରା ଗତ ୨୦୧୪ ମସିହା ଅଗଷ୍ଟ ୧୩ ତାରିଖରେ ଗିରଫ ହେଇଥିଲେ। ସେହି ମାମଲା ଏବେ ଜୟପୁର ସ୍ଵତନ୍ତ୍ର ଭିଜିଲାନ୍ସ ଅଦାଲତରେ ବିଚାରାଧୀନ ଅଛି।

ଖୁବ୍‌ ଶୀଘ୍ର ଧନଶକ୍ତି ରାଜଯୋଗ ; ଏହି ୩ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ହେବେ ଧନୀ, କିଣିବେ ଘର, ଗାଡି, ଜମି..

ଦେଖନ୍ତୁ ଛାତିଥରା ଦୃଶ୍ୟ ; ଚାହୁଁ ଚାହୁଁ ପୁଲ୍‌ରେ ଖୁସିରେ ଗାଧୋଉଥିବା ବେଳେ ଚାଲିଗଲା ଜୀବନ

- Advertisement -

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories