www.samajalive.in
Saturday, December 6, 2025
23.1 C
Bhubaneswar

ଅଧାଲଣ୍ଡା କରି ୨ଜଣଙ୍କୁ ଆଣ୍ଠେଇବା ଘଟଣା : ୯ ଅଟକ

ଧରାକୋଟ : ଧରାକୋଟ ଥାନା ଅନ୍ତର୍ଗତ ଖାରିଗୁମା ଗ୍ରାମରେ ରବିବାର ଗୋ-ଚାଲାଣ କରିବା ଅଭିଯୋଗରେ ସିଙ୍ଗିପୁର ଗ୍ରାମର ଦୁଇଜଣ ବ୍ୟକ୍ତି ବାବୁଲା ନାୟକ ଓ ବୁଲୁ ନାୟକଙ୍କୁ ଗୋ ରକ୍ଷକ ସଂଗଠନର ନାମରେ କିଛି ବ୍ୟକ୍ତି ଅଟକାଇବା ସହ ସେମାନଙ୍କଠାରୁ ବେଆଇନ ଭାବେ ଅର୍ଥ ଦାବି କରିଥିଲେ। ଏଥିରେ ବାବୁଲା ଓ ବୁଲୁ ଅକ୍ଷମତା ପ୍ରକାଶ ପରେ ସେମାନେ ଜବରଦସ୍ତ ଦୁଇଜଣଙ୍କୁ ଅଧା ଲଣ୍ଡା କରାଇବା ସହ ଖାରିଗୁମ୍ମାଠାରୁ ଜାହାଡା ପର୍ଯ୍ୟନ୍ତ ମାଡ଼ ମାରି ଆଣିବା ପରେ ଜାହାଡା ଗାଁ ରାସ୍ତାରେ ଆଣ୍ଠେଇ ଚଲାଇଥିଲେ ଏବଂ ପାଟିରେ ଘାସ ପୁରାଇ ନର୍ଦ୍ଦମା ପାଣି ପିଆଇବା ଭଳି ସଂଗୀନ ଅଭିଯୋଗ ଧରାକୋଟ ଥାନାରେ ହୋଇଥିଲା। ଏ ସମ୍ପର୍କରେ ଧରାକୋଟ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତକୁ ଆଗକୁ ବଢ଼ାଇଥିଲା। ଏଥିରେ ସମ୍ପୃକ୍ତ ଅଭିଯୋଗରେ ୯ଜଣଙ୍କୁ ଅଟକ ରଖିଛି ପୁଲିସ। ପୀଡ଼ିତ ଦୁଇଜଣଙ୍କୁ ଡାକ୍ତରୀ ଚିକିତ୍ସା ପରେ ସୁରକ୍ଷିତ ଭାବରେ ସେମାନଙ୍କ ଗାଁ ସିଙ୍ଗିପୁରରେ ପୁଲିସ ଛାଡ଼ିଛି। ଏହି ଘଟଣାରେ ୧୪ରୁ ୧୫ ଜଣ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି ବୋଲି କହିଛନ୍ତି ଥାନା ଅଧିକାରୀ ଚନ୍ଦ୍ରିକା ସ୍ବାଇଁ। ଗୋ-ରକ୍ଷକ ସଂଗଠନ ନାମରେ ବେଆଇନ ଭାବେ ଅର୍ଥ ଆଦାୟ କରିବା ଓ ଆଇନ ହାତକୁ ନେବା ବ୍ୟକ୍ତିମାନଙ୍କୁ ଆଦୌ ବରଦାସ୍ତ କରାଯିବ ନାହିଁ। ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି ବୋଲି ସେ କହିଛନ୍ତି। ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଭାର ଆସିକା ଉପଖଣ୍ଡ ଆରକ୍ଷୀ ଅଧିକାରୀ ନେଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories