ଭୁବନେଶ୍ବର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ଅସ୍ତ୍ରାପଚାର ପରେ ଭଲ ଅଛି ବୋଲି ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ କହିଛନ୍ତି। ନବୀନ ସୁସ୍ଥ ଅଛନ୍ତି, ହସ୍ପିଟାଲରେ ସାମାନ୍ୟ ଚଲାବୁଲା କରୁଛନ୍ତି। ନବୀନଙ୍କ ବିଷୟରେ ଚିନ୍ତା କରିଥିବାରୁ ପ୍ରେମ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ମୁମ୍ବଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରେ ରବିବାର ନବୀନଙ୍କ ସର୍ଭିକାଲ ଆର୍ଥ୍ରାଇଟିସ୍ ଅେସ୍ତ୍ରାପଚାର ସଫଳ ହୋଇଛି। ନବୀନଙ୍କ ବ୍ୟକ୍ତିଗତ ସ୍ବାସ୍ଥ୍ୟ ପରାମର୍ଶଦାତା ଡା. ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଏହି ଅସ୍ତ୍ରୋପଚାର ହୋଇଥିଲା। ନବୀନ ଏବେ ନିରୀକ୍ଷଣରେ ରହିଛନ୍ତି। ଖୁବ୍ଶୀଘ୍ର ସେ ହସ୍ପିଟାଲରୁ ବାହାରିବେ ବୋଲି ଡା. ପଣ୍ଡା ସୂଚନା ଦେଇଥିଲେ।
Popular Categories



