www.samajalive.in
Saturday, December 6, 2025
26.1 C
Bhubaneswar

ହାଇକୋର୍ଟ ଗଲେ ଧର୍ମଗଡ଼ର ପୂର୍ବତନ ଉପଜିଲ୍ଲାପାଳ ଧୀମନ୍ ଚକ୍‌ମା

ଭବାନୀପାଟଣା: ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହେଇଥିବା ଧର୍ମଗଡର ପୂର୍ବତନ ଉପ ଜିଲ୍ଲାପାଳ ଧିମାନ ଚକମା ଆଇଏଏସଙ୍କ ଜାମିନ ନାମଞ୍ଜୁର ହୋଇଛି। ଆଜି ସେ ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ଗତ ୮ତାରିଖ ଦିନ ହର୍ଷବର୍ଦ୍ଧନ ବେହେରା ନାମକ କ୍ରଶର ମାଲିକଙ୍କ ଠାରୁ ଶ୍ରୀଚକମା ୧୦ ଲକ୍ଷ ଲାଞ୍ଚ ନେବାବେଳେ ସ୍ଵତନ୍ତ୍ର ଭିଜିଲାନ୍ସ ସେଲର ଏକ ଟିମ୍ ତାଙ୍କୁ ଧରିଥିଲା। ପରେ ତାଙ୍କ ସରକାରୀ ଆବାସ ତନଖି ବେଳେ ସେଠାରୁ ୪୭ ଲକ୍ଷରୁ ଅଧିକ ଟଙ୍କା ଭିଜିଲାନ୍ସ ଠାବ କରିଥିଲା। ୯ ତାରିଖ ଦିନ ଶ୍ରୀ ଚକମାଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିବା ପରେ କଳାହାଣ୍ଡି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ।ମଙ୍ଗଳବାର କଳାହାଣ୍ଡି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଶ୍ରୀ ଚକମା ଙ୍କ ଜାମିନ ଆବେଦନ କରାଯିବା ପରେ କୋର୍ଟ ତାହାକୁ ଖାରଜ କରିଛନ୍ତି। ଆଜି ସେ ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories