www.samajalive.in
Friday, December 5, 2025
20.1 C
Bhubaneswar

ଆମେରିକା ଅନୁମତି ଦରକାର ନାହିଁ, ଇରାନର ସବୁ ପରମାଣୁ କେନ୍ଦ୍ର ଧ୍ବଂସ କରିବୁ: ନେତାନ୍ୟାହୁ

ସମାଜ ଡିଜିଟାଲ ଡେସ୍କ: ଇରାନର ସମସ୍ତ ପରମାଣୁ କେନ୍ଦ୍ରରେ ଆକ୍ରମଣ କରିବାକୁ ଆମେରିକାର ସବୁଜ ସଙ୍କେତର ଆବଶ୍ୟକତା ନାହିଁ। ଇସ୍ରାଏଲ ଏହାର ଆକ୍ରମଣ ଜାରି ରଖିବ। ଇରାନର ସମସ୍ତ ପରମାଣୁ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରି ସେସବୁକୁ ଧ୍ବଂସ କରିବାକୁ ପ୍ରତିବଦ୍ଧ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ।

ନେତାନ୍ୟାହୁ କହିଛନ୍ତି, ଇରାନର ସମସ୍ତ ଆଣବିକ କେନ୍ଦ୍ର ଉପରେ ଆକ୍ରମଣ କରି ଆମେ ଆମର ସମସ୍ତ ଲକ୍ଷ୍ୟ ହାସଲ କରିବୁ। ଆମର ସେ ସାମର୍ଥ୍ୟ ରହିଛି। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ସେ ଏହା କହିଛନ୍ତି। ଇସ୍ରାଏଲ ଏହାର ଅଭିଯାନ ଜାରି ରଖିବ। ଆମେରିକା ସହଯୋଗ କରୁ କିମ୍ବା ନ କରୁ, ଏହା ତା’ର ନିଷ୍ପତ୍ତି। ଆମେରିକା ରାଷ୍ଟ୍ରପତି ଆମେରିକାର ହିତ ପାଇଁ କାର୍ଯ୍ୟ କରିବେ ଏବଂ ମୁଁ ଇସ୍ରାଏଲର ହିତ ପାଇଁ କାର୍ଯ୍ୟ କରିବି ବୋଲି ନେତାନ୍ୟାହୁ କହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories