www.samajalive.in
Saturday, December 6, 2025
17.1 C
Bhubaneswar

୫ ବିଧାନସଭା ଆସନରେ ଉପନିର୍ବାଚନ; ବିଜେପି-କଂଗ୍ରେସ-ଆପ୍‍ ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତା

ସମାଜ ଡିଜିଟାଲ ଡେସ୍କ: ଚାରୋଟି ରାଜ୍ୟର ୫ଟି ବିଧାନସଭା ଆସନରେ ଚାଲିଛି ଉପନିର୍ବାଚନ । ଗୁଜରାଟ, ପଶ୍ଚିମବଙ୍ଗ, ପଞ୍ଜାବ ଏବଂ କେରଳର ୫ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମତଦାନ ହେଉଛି । ଏହି ସମସ୍ତ ଆସନରେ ବିଜେପି-କଂଗ୍ରେସ-ଆପ୍‍ ମଧ୍ୟରେ କଡା ଟକ୍କର ଚାଲିଛି । କିଛି ଆସନରେ ମେଣ୍ଟରେ ଥିବା ଦଳ ଗୁଡିକ ମଧ୍ୟରେ ଟକ୍କର ହେଉଥିବା ବେଳେ ଗୁଜରାଟ ଏବଂ ପଞ୍ଜାବରେ ଆପ ଓ ବିଜେପି ମଧ୍ୟରେ ଏକ ରୋମାଞ୍ଚକର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି । ଏହି ଉପନିର୍ବାଚନର ଫଳାଫଳ ଜୁନ ୨୩ରେ ପ୍ରକାଶ ପାଇବ ।

ଏହି ଉପନିର୍ବାଚନ ସମସ୍ତଙ୍କ ନଜର ପଞ୍ଜାବର ଲୁଧିଆନା ପଶ୍ଚିମ ଆସନ ଏବଂ ପଶ୍ଚିମବଙ୍ଗର କାଲିଗଞ୍ଜ ଆସନ ଉପରେ ରହିଛି । ଲୁଧିଆନାରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଏହି ଉପନିର୍ବାଚନରେ ମୋଟ ୧୪ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି । କିନ୍ତୁ ଏଠାରେ ଆମ ଆଦମୀ ପାର୍ଟିର ନେତା ସଞ୍ଜୀବ ଅରୋରା, କଂଗ୍ରେସର ଭାରତ ଭୂଷଣ ଆଶୁ, ଅକାଳୀ ଦଳ ଏବଂ ବିଜେପିର ଜୀବନ ଗୁପ୍ତାଙ୍କ ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତା ହେଉଛି । ଏହି ତ୍ରିମୁଖୀ ଲଢେଇରେ ଜନତା କାହାକୁ ନିଜର ନେତା ଭାବେ ବାଛିବେ ତାହା ଜୁନ ୨୩ରେ ହିଁ ଜଣାପଡିବ ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories