www.samajalive.in
Saturday, December 6, 2025
15.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ ଏଆଇ ଭିଡିଓ ପ୍ରଘଟ: ଯୁବକ ଗିରଫ

କଟକ : ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏକ ବିକୃତ ଏବଂ ଆପତ୍ତିଜନକ ଭିଡିଓ ପ୍ରଘଟ କରିବା ଅଭିଯୋଗରେ ଜ​‌ଣେ ଯୁବକଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଗିରଫ ଅଭିଯୁକ୍ତ ରାୟଗଡ଼ା ଚାନ୍ଦିଲି ଥାନା ଅନ୍ତର୍ଗତ କେଉଟଗୁଡ଼ା ଷ୍ଟେସନ ସାହିର କିଶୋର କୌଶଲ୍ୟା। କୃତ୍ରିମ ବୁଦ୍ଧିମତା (ଏଆଇ) ଦ୍ବାରା ବିଭିନ୍ନ ଭିଡିଓକୁ ବିକୃତ କରି ସାମାଜିକ ଗଣମାଧ୍ୟମରେ ପ୍ରଘଟ କରିବା ନେଇ ତା ନାମରେ ପୂର୍ବରୁ ମଧ୍ୟ ଏକାଧିକ ଅଭିଯୋଗ ଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଜଣକ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା, ସାଧାରଣ ଲୋକଙ୍କ ମଧ୍ୟରେ ତାଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିବା ପାଇଁ ଜାଣିଶୁଣି ସାମାଜିକ ଗଣମାଧ୍ୟମରେ ପ୍ରଘଟ କରୁଥିଲା। ଏହି ପୋଷ୍ଟ ଦ୍ବାରା ଜଣେ ମହିଳାଙ୍କ ସମ୍ମାନକୁ ମଧ୍ୟ କ୍ଷୁଣ୍ଣ ହୋଇଥିଲା। ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିବା ସହ ଉକ୍ତ ଆପତ୍ତିଜନକ ଭିଡିଓକୁ ଫେସବୁକ୍‌ରୁ ହଟାଇଥିଲା। ଅଭିଯୁକ୍ତ ଟିକିରିର ଏକ କନଷ୍ଟ୍ରକ୍‌ସନ କମ୍ପାନୀରେ କାର୍ଯ୍ୟ କରେ ବୋଲି ପୁଲିସ ଜାଣିବାକୁ ପାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories