www.samajalive.in
Saturday, December 13, 2025
18.1 C
Bhubaneswar

ଅହମ୍ମଦାବାଦ ବିମାନ ଦୁର୍ଘଟଣା ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ଦିଗ, ଆକ୍ଟିଭ ଥିଲା ରାମ୍ ଏୟାର ଟର୍ବାଇନ୍

ଡେସ୍କ: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବୋଇଂ ୭୮୭-୮ ଡ୍ରିମଲାଇନର୍ ଦୁର୍ଘଟଣାର ତଦନ୍ତର ପ୍ରାଥମିକ ପର୍ଯ୍ୟାୟରେ ବିମାନ ବିଶେଷଜ୍ଞ କ୍ୟାପଟେନ୍ ଷ୍ଟିଭ୍ କହିଛନ୍ତି ଯେ ବିମାନର ରାମ୍ ଏୟାର ଟର୍ବାଇନ୍ (RAT) ଧକ୍କା ହେବା ପୂର୍ବରୁ ପ୍ରସ୍ତୁତ ହୋଇସାରିଥିଲା। ସମ୍ଭାବ୍ୟ ଡୁଆଲ୍-ଇଞ୍ଜିନ୍ ବିଫଳତା କିମ୍ବା ସମ୍ପୂର୍ଣ୍ଣ ବୈଦ୍ୟୁତିକ, ହାଇଡ୍ରୋଲିକ୍ ବିଫଳତା କ୍ଷେତ୍ରରେ ରାମ୍ ଏୟାର ଟର୍ବାଇନକୁ ଆକ୍ଟିଭେଟ ହୋଇଥିଲା।

ଏହି ବିଷୟ ଜଣାପଡିବା ପରେ ସମ୍ପୃକ୍ତ ବିମାନ ଦୁର୍ଘଟଣାର ତଦନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ସାମ୍ନାକୁ ଆସିଛି। ଜୁନ୍ ୧୨ ତାରିଖରେ ବିମାନଟି ଉଡ଼ାଣ ଆରମ୍ଭ କରିବାର ମାତ୍ର ୩୨ ସେକେଣ୍ଡ ପରେ ବି.ଜେ ମେଡିକାଲ୍ କଲେଜ ପରିସରରେ ଦୁର୍ଘଟଣାଗ୍ରସ୍ତ ହେବା ସମୟରେ ତଳେ ଥିବା ୩୦ ଜଣଙ୍କ ସମେତ ଅତି କମରେ ୨୭୪ ଜଣଙ୍କ ମୃତ୍ୟୁ ହୋଇଥିଲା।

- Advertisement -

ବରିଷ୍ଠ ବିମାନ ବିଶ୍ଳେଷକ ଏବଂ ପୂର୍ବତନ ଆମେରିକୀୟ ନୌସେନା ପାଇଲଟ୍ କ୍ୟାପଟେନ୍ ଷ୍ଟିଭ୍ ସ୍କିବନର, ଯିଏ ୨୦ ହଜାର ଘଣ୍ଟାରୁ ଅଧିକ ସମୟ ବିମାନ ଉଡାଇଛନ୍ତି। ସେ ବିମାନ ଦୁର୍ଘଟଣାର ଭିଡିଓ ଫୁଟେଜକୁ ଦେଖାଇ କହିଛନ୍ତି, ବିମାନର ତଳପଟେ ଦେଖା ଯାଉଥିବା ଛୋଟ ଧୂସର ବିନ୍ଦୁ ହେଉଛି ରାମ୍ ଏୟାର ଟର୍ବାଇନ୍ (RAT)। ସେ ଦୁର୍ଘଟଣା ଭିଡିଓରୁ ନିଆଯାଇଥିବା ଅଡିଓକୁ ବିଶ୍ଳେଷଣ କରିଥିଲେ ଯେଉଁଥିରେ ଏକ ଉଚ୍ଚ ମାନର ଶବ୍ଦ ଶୁଣିଥିଲେ ଓ ସେହି ଶବ୍ଦ ରାମ୍ ଏୟାର ଟର୍ବାଇନ’ର ବୋଲି ଜଣାପଡିଛି। ସେ କହିଛନ୍ତି, ବିମାନକୁ ଯଦି କୌଣସି କାରଣ ଯୋଗୁ ଶକ୍ତି ମିଳିନଥାଏ, ସେ କ୍ଷେତ୍ରରେ ରାମ୍ ଏୟାର ଟର୍ବାଇନ୍ ସ୍ୱୟଂକ୍ରିୟ ଭାବେ କାର୍ଯ୍ୟ କରିଥାଏ। ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ ଜୀବିତ ଥିବା ଏକମାତ୍ର ୪୦ ବର୍ଷୀୟ ବ୍ରିଟିଶ-ଭାରତୀୟ ବିଶ୍ୱାଶ କୁମାର ରମେଶ କହିଥିଲେ ଯେ ସେ ପ୍ରଚଣ୍ଡ ଶବ୍ଦ ଶୁଣିଥିଲେ ଓ କ୍ୟାବିନ ଲାଇଟ୍ ଝଲମଲ ହେଉଥିବା ଦେଖିଥିଲେ।

ରାମ ଏୟାର ଟର୍ବାଇନ୍ (RAT) ହେଉଛି ବିମାନରରେ ଥିବା ଏକ କ୍ଷୁଦ୍ର, ଫ୍ୟାନ୍ ଆକୃତିର ୟୁନିଟ୍। ଇଞ୍ଜିନ୍ ଶକ୍ତି, ବିଦ୍ୟୁତ୍ କିମ୍ବା ହାଇଡ୍ରୋଲିକ୍ ସିଷ୍ଟମ୍ ସମ୍ପୂର୍ଣ୍ଣ ନଷ୍ଟ ହେଲେ ଏହାକୁ ସ୍ୱୟଂଚାଳିତ ଭାବରେ ନିୟୋଜିତ କରିବା ପାଇଁ ଡିଜାଇନ୍ କରାଯାଇଛି। ବିମାନର ଗତି, ଉଡ଼ାଣ ଉପକରଣ, ଆଲୋକ ଏବଂ ପ୍ରାଥମିକ ଉଡ଼ାଣ ନିୟନ୍ତ୍ରଣ ଭଳି ଜରୁରୀକାଳୀନ ସିଷ୍ଟମ୍ ଚଲାଇବା ପାଇଁ ବାୟୁ ପ୍ରବାହ ଯୋଗାଇଥାଏ। କ୍ୟାପ୍ଟେନ୍ ଷ୍ଟିଭ୍ ମଧ୍ୟ ଦୃଢ଼ ଭାବରେ କହିଛନ୍ତି ଯେ RAT କେବେବି ନିୟମିତ ପରିସ୍ଥିତିରେ ବ୍ୟବହାର ହୁଏ ନାହିଁ।

ଡିଜିସିଏ ଏବଂ ଏୟାର ଇଣ୍ଡିଆର ଆଭ୍ୟନ୍ତରୀଣ ସୁରକ୍ଷା ବୋର୍ଡ ତଦନ୍ତକାରୀମାନେ ବର୍ତ୍ତମାନ ଏକକାଳୀନ ଇଞ୍ଜିନ ବିଫଳତା, ବୈଦ୍ୟୁତିକ କିମ୍ବା ହାଇଡ୍ରୋଲିକ ବିଫଳତା ପାଇଁ ବିମାନ ଟେଲିମେଟ୍ରି ଏବଂ ଫ୍ଲାଇଟ୍ ଡାଟା ରେକର୍ଡର ପୁନଃ ତଦନ୍ତ କରୁଛନ୍ତି। ସେମାନେ ଘଟଣାର ତଦନ୍ତର ଅଂଶ ଭାବରେ ଗତ ସପ୍ତାହରେ ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟ୍ ଏବଂ ଡିସପ୍ୟାଚରଙ୍କ ତାଲିମ ରେକର୍ଡ ପାଇଁ ଏୟାର ଇଣ୍ଡିଆକୁ ଅନୁରୋଧ କରିଥିଲେ। ପୂର୍ବରୁ କକପିଟ୍ ଭଏସ୍ ରେକର୍ଡର ଏବଂ ଫ୍ଲାଇଟ୍ ଡାଟା ରେକର୍ଡର ଉଦ୍ଧାର କରାଯାଇଛି ଏବଂ ତଦନ୍ତ ପାଇଁ ନିଆଯାଇଛି।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories