www.samajalive.in
Sunday, December 14, 2025
15.1 C
Bhubaneswar

ସୋନମ୍‍ ସମେତ ୫ ଅଭିଯୁକ୍ତଙ୍କୁ ନେଇ ସିନ୍‍ ରିକ୍ରିଏସନ କରୁଛି ସିଲଂ ପୁଲିସ

ସମାଜ ଡିଜିଟାଲ ଡେସ୍କ: ରାଜା ରଘୁବଂଶୀ ହତ୍ୟାକାଣ୍ଡ ମାମଲାରେ ଖୁବଶୀଘ୍ର ଚାର୍ଜସିଟ୍‍ ଦାଖଲ କରିବ ପୁଲିସ । ପୁଲିସ ୯୦ ଦିନ ମଧ୍ୟରେ ଏହି ମାମଲାରେ ଚାର୍ଜସିଟ୍‍ ଦାଖଲ କରିପାରିବ । ଏହି ମାମଲାରେ ସିଲଂ ପୁଲିସ ଆଜି ଅଭିଯୁକ୍ତ ମାନଙ୍କୁ ନେଇ ଘଟଣା ସ୍ଥଳରେ ସିନ୍‍ ରିକ୍ରିଏସନ କରୁଛି । ମାମଲା ସମ୍ପର୍କରେ ମେଘାଳୟ ଡିଜିପି ଇଦାଶିଶା ନୋଙ୍ଗ୍ରାଙ୍ଗ କହିଛନ୍ତି ଯେ ରାଜା ରଘୁବଂଶୀ ହତ୍ୟା ମାମଲାରେ ପୁଲିସ ଟିମ୍‍ ଘଟଣାସ୍ଥଳକୁ ଯାଇ ସିନ୍‍ ରିକ୍ରିଏସନ କରିବ । ସୋନମଙ୍କୁ ପଚରାଉଚରା ବେଳେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ସୋନମ କହିଛି ଯେ ରାଜାଙ୍କୁ ହତ୍ୟା କରିବା ପରେ ଅଳଙ୍କାରକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଲୁଚାଇ ରଖିଥିଲେ । ସୋନମଙ୍କୁ ପୁଲିସ ସେହି ସ୍ଥାନକୁ ନେଇ ସୁନା ଅଳଙ୍କା ଜବତ କରିବ । ପୁଲିସ ଏହି ମାମଲାରେ କେବଳ ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ହତ୍ୟା କରାଯାଇଥିବା ତଦନ୍ତ କରୁନାହିଁ ବରଂ ଅନ୍ୟାନ୍ୟ ଦୃଷ୍ଟିକୋଣରୁ ମଧ୍ୟ ତଦନ୍ତ କରୁଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories