www.samajalive.in
Monday, December 15, 2025
17.1 C
Bhubaneswar

ପୁରୀ ରେଳ ଷ୍ଟେସନରେ ମକ୍ ଡ୍ରିଲ୍

ସମାଜ ଡିଜିଟାଲ ଡେସ୍କ: ପୁରୀ ରେଳ ଷ୍ଟେସନର ମକ୍ ଡ୍ରିଲ୍। ରଥ ଯାତ୍ରାରେ ଲକ୍ଷାଧିକ ଭକ୍ତ ଓ ଯାତ୍ରୀ ପୁରୀ ଆସିବାକୁ ଥିବାରୁ ଯଦି ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଏହାକୁ କିଭଳି ମୁକାବିଲା କରିହେବ ସେ ନେଇ ଓଡ଼ିଶା ପୁଲିସ ଓ ରେଲୱେ ସୁରକ୍ଷା ବାହିନୀ ଏହି ମକ୍ ଡ୍ରିଲ କରିଛନ୍ତି। ଓଡ଼ିଶା ପୁଲିସର ୩ ଜଣ କର୍ମଚାରୀ ଆତଙ୍କବାଦୀ ସାଜି ପୁରୀ ରେଳ ଷ୍ଟେସନରେ ରେଲୱେ ସୁରକ୍ଷା ବାହିନୀକୁ ଆକ୍ରମଣ କରି ଷ୍ଟେସନରେ ପ୍ରବେଶ କରିଥିଲେ। ଏହାପରେ ଆତଙ୍କବାଦୀମାନେ ୧ ନମ୍ୱର ଓ ୨ ନମ୍ୱର ପ୍ଲାଟଫର୍ମରେ ଥିବା ଯାତ୍ରୀଙ୍କୁ ଗୁଳି କରିଥିଲେ। ପରେ ୩ ନମ୍ୱର ପ୍ଲାଟଫର୍ମରେ ଥିବା ତପସ୍ବିନୀ ଏକ୍ସପ୍ରେସକୁ ହାଇଜାକ୍ କରିଥିଲେ। ରେଲୱେ ପୁଲିସ ଆସି ଆତଙ୍କବାଦୀଙ୍କୁ ଧରିବାକୁ ଚେଷ୍ଟା କରି ବିଫଳ ହେଲେ। ପରେ ଓଡ଼ିଶା ପୁଲିସର ସ୍ବତନ୍ତ୍ର କମାଣ୍ଡୋମାନେ ଲୋକଙ୍କୁ ଆତଙ୍କବାଦୀଙ୍କ କବଳରୁ ରକ୍ଷା କରିଥିଲେ। ସମସ୍ତ ୩ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ପରେ ଅଗ୍ନିଶମ ବାହିନୀ ଆସି ରେଳୱେ ଷ୍ଟେସନରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ। ଓଡ୍ରାଫ ଟିମ୍ ଆସି ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା। ତେବେ ଏହି ମକ ଡ୍ରିଲ୍ ଯୋଗୁଁ ଆତଙ୍କବାଦୀ ଆକ୍ରମଣରେ କିଭଳି ମୁକାବିଲା କରିହେବ ସେନେଇ ପ୍ରସ୍ତୁତି ହୋଇଥିବା ଆରପିଏଫ୍ ଓ ଜିଆରପି ଅଧିକାରୀ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories