www.samajalive.in
Sunday, December 14, 2025
19.1 C
Bhubaneswar

ଇସ୍ରାଏଲକୁ ଇରାନର ପାଲଟା ଜବାବ, ୧୦୦ ଡ୍ରୋନ ଜରିଆରେ କଲା ଆକ୍ରମଣ

ସମାଜ ଡିଜିଟାଲ ଡେସ୍କ:  ଇସ୍ରାଏଲ ଦ୍ଵାରା ଗୁରୁବାର ବିଳମ୍ବିତ ରାତିରେ ଇରାନ ଉପରେ କରାଯାଇଥିବା ଏୟାରଷ୍ଟ୍ରାଇକରେ ଇରାନ ସେନା ମୁଖ୍ୟ ଜେନେରାଲ ବଘେରି ଏବଂ କମାଣ୍ଡର ଇନ ଚିଫ୍‌ ହୋସେନ ସଲାମୀଙ୍କ ମୃତ୍ୟୁ ଘଟିଛି। ଏହା ପରେ ଇରାନ ପକ୍ଷରୁ ଇସ୍ରାଏଲକୁ ପାଲଟା ଜବାବ ଦିଆଯାଇଛି। ଇରାନ ପ୍ରାୟ ୧୦୦ ଡ୍ରୋନ ସହାୟତାରେ ଇସ୍ରାଏଲ ଉପରେ ଆକ୍ରମଣ କରିଛି। ଇସ୍ରାଏଲର ବିଭିନ୍ନ ସ୍ଥାନରେ ଡ୍ରୋନ ଜରିଆରେ ଆକ୍ରମଣ କରାଯାଇଛି। ତେବେ ଏହାକୁ ପ୍ରତିହତ କରିବା ଲାଗି ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ଆଇରନ ଡୋମ ପ୍ରତିରକ୍ଷା ବ୍ୟବସ୍ଥାକୁ ସକ୍ରିୟ କରିଛି। ଇରାନର ପାଲଟା ଆକ୍ରମଣରେ ଇସ୍ରାଏଲର କ’ଣ କ୍ଷୟକ୍ଷତି ଘଟିଛି ତାହା ଜଣାପଡ଼ି ନାହିଁ।

ଅନ୍ୟପଟେ ଇସ୍ରାଏଲର ଏଭଳି ଅତର୍କିତ ଆକ୍ରମଣର କଡ଼ା ଜବାବ ଦିଆଯିବ ବୋଲି ଇସ୍ରାଏଲର ସୁପ୍ରିମ ନେତା ଅୟାତୁଲ୍ଲା ଅଲ୍ଲୀ ଖାମନେଇ ଚେତାବନୀ ଦେଇଛନ୍ତି। ଇସ୍ରାଏଲ ଆମ ଉପରେ ଆକ୍ରମଣ କରି ନିଜ ପାଇଁ ଭୟଙ୍କର ବିପର୍ଯ୍ୟୟକୁ ଆମନ୍ତ୍ରଣ କରିଛି ବୋଲି ଖାମନେଇ କହିଛନ୍ତି। ସେପଟେ ଇସ୍ରାଏଲ ଆକ୍ରମଣକୁ ସାଉଦି ଆରବ ନିନ୍ଦା କରିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories