www.samajalive.in
Thursday, December 11, 2025
14.1 C
Bhubaneswar

ପୂର୍ବତନ ବିଧାୟକଙ୍କ ଫଳକ ଭାଙ୍ଗିଲେ ଦୁର୍ବୃତ୍ତ, କଂଗ୍ରେସରେ ବଢ଼ୁଛି ଅସନ୍ତୋଷ

ଦେଓଗାଁ: ବଲାଙ୍ଗିରର ପୂର୍ବତନ ବିଧାୟକ ନରସିଂହ ମିଶ୍ରଙ୍କ ଫଳକ ଭାଙ୍ଗିଲେ ଦୁର୍ବୃତ୍ତ। ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ଉଦ୍‌ଘାଟନ ଫଳକ ଭାଙ୍ଗିଲେ। ଏହାକୁ ନେଇ କଂଗ୍ରେସ ଦଳରେ ବଢ଼ୁଛି ଅସନ୍ତୋଷ। ଦେଓଗାଁ ବ୍ଲକ କୁଲୁତାପଡ଼ା ପଞ୍ଚାୟତଠାରେ ଥିବା ସାନଖଳା ଶୁଳିଆ ପୀଠର ମଣ୍ଡପଠାରେ ଲାଗିଥିବା ଫଳକକୁ ଶାବଳରେ ତାଡି ଭାଙ୍ଗିଥିବା ଅଭିଯୋଗ କରିଛନ୍ତି ବ୍ଳକ କଂଗ୍ରେସ ସଭାପତି। ତେବେ କିଏ ଓ କାହିଁକି ବର୍ଷେ ତଳେ ମରାଯାଇଥିବା ଫଳକକୁ ଭାଙ୍ଗିଲେ ତାକୁ ନେଇ ପ୍ରଶ୍ନ ଠିଆ ହୋଇଛି। ଗତ କିଛି ଦିନ ତଳେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ବଲାଙ୍ଗିରରେ ଏକ ସାମ୍ୱାଦିକ ସମ୍ମିଳନୀ କରି ଦୁର୍ନୀତିର ଗନ୍ତା ଘର ଦେଓଗାଁ ବ୍ଲକ ବୋଲି ଆକ୍ଷା ଦେବାପରେ ତାଙ୍କ ସମୟରେ ହୋଇଥିବା ଉନ୍ନତିମୂଳକ କାମର ଫଳକ ଭଙ୍ଗା ଆରମ୍ଭ ହୋଇଛି ବୋଲି ଚର୍ଚ୍ଚା ହେଉଛି। ବଲାଙ୍ଗିର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ବିଧାୟକ ଏବଂ ଦେଓଗାଁ ବ୍ଲକରେ ବିଜେଡ଼ି ସମର୍ଥିତ ବ୍ଲକ ଅଧ୍ୟକ୍ଷ ରହିଥିବାରୁ ଶ୍ରୀ ମିଶ୍ରଙ୍କ ଅଭିଯୋଗ ପରେ ଏଭଳି ଅବସ୍ଥା ହୋଇଥିବା ଆଲୋଚନା ହେଉଛି। ତେବେ ଏହାକୁ ନେଇ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ସୂଚନା ମିଳିଛି।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories