www.samajalive.in
Saturday, December 6, 2025
14.1 C
Bhubaneswar

କପିଲ ଶର୍ମା ଶୋ’ରୁ ବିଦା ହୋଇନାହାନ୍ତି ସିଦ୍ଧୁ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କପିଲ ଶର୍ମା ଶୋ’ରୁ ସିଦ୍ଧୁ ବିଦା ହେବା ଘଟଣା ମିଛ ପ୍ରମାଣିତ ହୋଇଛି। ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଦାୟିତ୍ବହୀନ ମନ୍ତବ୍ୟ ପାଇଁ ତାଙ୍କୁ ଆଲୋଚନାର ଶରବ୍ୟ ହେବାକୁ ପଡିଥିଲା। ଏକଥା ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା ଯେ ସୋନୀ ଟିଭି ତାଙ୍କୁ କପିଲ ଶର୍ମା ଶୋ’ରୁ ଆଉଟ କରିଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏ ବିଷୟରେ ଅଭିଯାନ ମଧ୍ୟ ଚାଲିଲା କିନ୍ତୁ ସବୁ କଳ୍ପନାର ଅନ୍ତଃ କରି ପୂର୍ବ କ୍ରିକେଟର ତଥା ପଞ୍ଜାବର ମନ୍ତ୍ରୀ ସିଦ୍ଧୁ ଶୋ’ରୁ ବିଦା ହେବାର ଅନ୍ୟ ଏକ କାରଣ ଦର୍ଶେଇଛନ୍ତି। ସେ କହିଛନ୍ତି ଯେ, ସେ ତାଙ୍କ ରାଜନୈତିକ କାର୍ୟ୍ୟବ୍ୟସ୍ତତା ଯୋଗୁ କପିଲ ଶର୍ମା ଶୋ’ଋ କିଛି ଭାଗ ଶୁଟିଂ ସମୟରେ ଉପସ୍ଥିତ ରହି ପାରିନଥିଲେ ତେଣୁ ତାଙ୍କ ବଦଳରେ ଅନ୍ୟ ଜଣେ କଳାକାରଙ୍କୁ ନିଆଯାଇଛି। ସୋନୀ ଟିଭିରୁ ବିଦା ହେବା ନେଇ କୌଣସି ସୂଚନା ପାଇନଥିବା କହିଛନ୍ତି ସିଦ୍ଧୁ। ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସିଦ୍ଧୁ ତାଙ୍କ ମନ୍ତବ୍ୟରେ ପାକିସ୍ତାନ ପ୍ରତି ନରମ ମନୋଭାବ ଦେଖେଇଥିବା ଅଭିଯୋଗ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories