www.samajalive.in
Saturday, December 13, 2025
23.1 C
Bhubaneswar

ଅତାବିରାରେ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ   

ରେଙ୍ଗାଲିକ୍ୟାମ୍ପ : ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସରକାରଙ୍କ ପକ୍ଷରୁ ରାଜ୍ୟବ୍ୟାପୀ ବିକାଶ ବାହନ ଯାତ୍ରାର ଆରମ୍ଭ ହୋଇଛି। ଏହି ଅବସରରେ ଜିପିଡ଼ିଓ ମହମ୍ମଦ ଆକବର ଓ ଏବିଡ଼ିଓ ଗିରୀନ୍ଦ୍ର ସାହୁଙ୍କ ସଂଯୋଜନାରେ ବିଡ଼ିଓ ରିପୁନାଥ ସୁନା, ଏନଏସି ଇଓ ନରେନ୍ଦ୍ର ପ୍ରଧାନ, ସାଂସଦ ପ୍ରତିନିଧି ମିଳନ ସେଟ ଅନୁଷ୍ଠାନିକ ଭାବେ ଅତାବିରା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ  ବିକାଶ ବାହନ ଯାତ୍ରାର ଶୁଭାରମ୍ଭ କରିଥିଲେ। ଅତାବିରାରୁ ବାହାରି ଜହ୍ନ।ପଡା ଗ୍ରାମ ପଞ୍ଚାୟତ, ମନାପଡା ଗ୍ରାମ ପଞ୍ଚାୟତ ଓ ହିର୍ଲିପାଲି ଗ୍ରାମ ପଞ୍ଚାୟତକୁ ପହଞ୍ଚି ସଚେତନତା କାର୍ଯ୍ୟକ୍ରମ ଓ ସଭାର ଆୟୋଜନ କରାଯାଇଥିଲା। ବିଭିନ୍ନ ଯୋଜନାରେ ନୂତନ ଭାବେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ଗୃହ ନିର୍ମାଣ କରିବାର କାର୍ଯ୍ୟାଦେଶ, ଭତ୍ତା ବଣ୍ଟନ କରାଯାଇଛି। ଏଥିରେ ସରପଞ୍ଚ, ୱାର୍ଡ ମେମ୍ବର,ସମିତି ସଭ୍ୟ, ସଭ୍ୟା, ବିଜେପି କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ବ୍ଳକ ସ୍ତରୀୟ ବିଭାଗୀୟ କର୍ମଚାରୀ ସାମିଲ ହୋଇଥିଲେ।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories