ସମାଜ ଡିଜିଟାଲ ଡେସ୍କ: ୨୦୨୨ରେ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶନାରେ ଆସିଥିଲା ‘ଦି କାଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ର। ଏହା ଖୁବ୍ ଲୋକପ୍ରିୟତା ହାସଲ କରିଥିଲା ଏବଂ ବକ୍ସ ଅଫିସରେ ଭଲ ଆୟ ମଧ୍ୟ କରିଥିଲା। ଏହାପରେ ନିର୍ଦ୍ଦେଶକ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦି ବେଙ୍ଗଲ ଫାଇଲ୍ସ’କୁ ନେଇ ଏବେ ଚର୍ଚ୍ଚାରେ, ଯାହାର ଟିଜର ଗୁରୁବାର ରିଲିଜ୍ ହୋଇଛି। ଟିଜର ଦେଖି ଲୋମ ଟାଙ୍କୁରି ଉଠିବ। ଏଥିରେ ଏହା ମଧ୍ୟ କୁହାଯାଇଛି ଯେ, କାଶ୍ମୀର ଆଘାତ ଦେଇଛି, ବେଙ୍ଗଲ ଡରାଇବ।
‘ଦି କାଶ୍ମୀର ଫାଇଲ୍ସ’ରେ ଘାଟିରୁ କାଶ୍ମୀର ହିନ୍ଦୁଙ୍କ ପଳାୟନର ଯନ୍ତ୍ରଣାକୁ ପରଦାରେ ଚିତ୍ରଣ କରିଥିଲେ। ଏହି ଫିଲ୍ମରେ ବେଙ୍ଗଲର ଚିତ୍ର ପ୍ରଦର୍ଶିତ କରାଯାଇଛି। ଫିଲ୍ମର ଷ୍ଟାରକାଷ୍ଟ ମଧ୍ୟ ‘ଦି କାଶ୍ମୀର ଫାଇଲ୍ସ’ ସହିତ ପ୍ରାୟ ସମାନ। ଟିଜରରେ ହୃଦୟ ବିଦାରକ ଦୃଶ୍ୟ ରହିଛି। ଏହି ଫିଲ୍ମରେ ଭାରତର ଅତୀତର କଳା ଅଧ୍ୟାୟକୁ ଦର୍ଶାଯିବ।
ବିବେକ ଅଗ୍ନିହୋତ୍ରୀଙ୍କ ଏହି ଚଳଚ୍ଚିତ୍ରର ନାମ ପ୍ରଥମେ ‘ଦି ଦିଲ୍ଲୀ ଫାଇଲ୍ସ’ ରଖାଯାଇଥିଲା, କିନ୍ତୁ ପରେ ଏହାକୁ ପରିବର୍ତ୍ତନ କରାଯାଇଥିଲା। ଫିଲ୍ମଟି ଅଭିଷେକ ଅଗ୍ରୱାଲ ଏବଂ ପଲ୍ଲବୀ ଜୋଶୀଙ୍କ ପ୍ରଯୋଜନାରେ ନିର୍ମିତ। ଏଥିରେ ମିଥୁନ ଚକ୍ରବର୍ତ୍ତୀ, ଅନୁପମ ଖେର, ପଲ୍ଲବୀ ଜୋଶୀ ଓ ଦର୍ଶନ କୁମାର ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବର ୫ରେ ପରଦାକୁ ଆସିବ ‘ଦି ବେଙ୍ଗଲ ଫାଇଲ୍ସ’।



