www.samajalive.in
Saturday, December 13, 2025
23.1 C
Bhubaneswar

୧୪ ଲକ୍ଷ ହଡ଼ପ କଲେ ଏସଏଚଜି ସଭାପତି ଓ ସମ୍ପାଦିକା; ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହେଲେ ସଦସ୍ୟା ସମୂହ

ଲଡୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନ ପୋଡ଼ାଗୁଡା ପଞ୍ଚାୟତ ସାନ ପୋଡ଼ାଗୁଡା କଲ୍ୟାଣୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦିକା ଗୋଷ୍ଠିର ଅନ୍ୟ ସଦସ୍ୟାଙ୍କୁ ଭୁଆଁ ବୁଲାଇ ସେମାନଙ୍କ ଅଜାଣତରେ ୧୪ ଲକ୍ଷ ୪୦ ହଜାର ଟଙ୍କା ବ୍ୟାଙ୍କରୁ ହଡପ କରିନେଇଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ସାନ ପୋଡ଼ାଗୁଡା ଗ୍ରାମର କଲ୍ୟାଣୀ ସ୍ୱୟଂ ସହାୟକ ଗୋଷ୍ଠୀ ଦୀର୍ଘବର୍ଷ ହେବ ଗ୍ରୁପ୍ ଗଠନ କରି ଗ୍ରାମରେ ମାଛ ଚାଷ ସହିତ ନେଗିଗୁଡାରେ ଥିବା ଉଚ୍ଚ ବିଦ୍ୟାଳୟର ମୋ ସ୍କୁଲ ଯୋଜନାରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିଲେ। ବିଭିନ୍ନ ପର୍ଯ୍ୟାୟରେ ଏହି ଗ୍ରୁପକୁ ରାଜ୍ୟ ସରକାରଙ୍କ ତରଫରୁ ପ୍ରୋତ୍ସାହନ ରାଶି ସେମାନଙ୍କ ସଭାପତି ଓ ସମ୍ପାଦିକାଙ୍କ ନାମରେ ଥିବା କୋକସରା କେନ୍ଦ୍ର ସମବାୟ ବ୍ୟାଙ୍କ ଜମାଖାତାରେ ଜମା ହୋଇଥିଲା। ତେବେ ଗ୍ରୁପ୍‌ର ସଭାପତି ମଧୁସ୍ମିତା ନିଆଲ ଓ ସମ୍ପାଦିକା ନମିତା ଗୋପାଳ ଗ୍ରୁପର ଅନ୍ୟ ସଦସ୍ୟାଙ୍କୁ ଭୁଆଁ ବୁଲାଇ ସେମାନଙ୍କ ଅଜାଣତରେ ବିଭିନ୍ନ ପର୍ଯ୍ୟାୟରେ ବ୍ୟାଙ୍କ ଖାତାରୁ ଜୁନ ୨୦୨୩ରୁ ଜୁଲାଇ ୨୦୨୪ ମଧ୍ୟରେ ୧୪ ଲକ୍ଷ ୪୦ ହଜାର ଉଠାଇ ହଡପ କରିଥିବା ନେଇ ଗୁରୁବାର ଅଭିଯୋଗ ହୋଇଛି। କୋକସରା ବ୍ଲକ ପ୍ରଶାସନ ନିକଟରେ ଆସି ସ୍ୱୟଂ ସହାୟକ ଗୋଷ୍ଠୀର ପାରିଜାତ ନିଆଲ, ରଜନୀ ବନିଆ, ପ୍ରେମଶିଳା ନିଆଲ, ଅଷ୍ଟମୀ ହଂସ, ହେମବତୀ ନିଆଳ, ଶୋଭନୀ ନିଆଲ, ଦସମତି ନିଆଲ, ବାସନ୍ତୀ ନିଆଲ ପ୍ରମୁଖ ସଦସ୍ୟା ଅଭିଯୋଗ କରିଛନ୍ତି।

ପୂର୍ବରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିଡିଓଙ୍କୁ ଏ ସଂକ୍ରନ୍ତରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ବର୍ତ୍ତମାନସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଯାହାଦ୍ବାରା ପୁଣି ଅଭିଯୋଗ ନେଇ ଆସିଥିଲେ। ଏନେଇ କୋକସରା ବ୍ଲକ ମିଶନ ଶକ୍ତି ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ମାନସ ରଞ୍ଜନ ବାରିକଙ୍କୁ ପଚାରିବାରୁ, ଏ ନେଇ ଅଭିଯୋଗ ହୋଇଛି, ତେବେ ୮ ଲକ୍ଷ ୭୦ ହଜାର ଟଙ୍କା ସଭାପତି ଓ ସମ୍ପାଦିକା ହେରଫେର କରିଥିବା ତଦନ୍ତରୁ ଜଣାପଡ଼ିଛି। ସେମାନଙ୍କୁ ଟଙ୍କା ଫେରସ୍ତ କରିବାକୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ନୋଟିସ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି। କୋକସରା ବିଡିଓ ଡ. ହିମାଞ୍ଚଳ ମାଝୀଙ୍କ କହିବା କଥା ଅଭିଯୋଗ ହୋଇଛି, ତଦନ୍ତ ଚାଲିଛି ବୋଲି କହିଛନ୍ତି। ଯଦି ଏହାର ତଦନ୍ତ କରା ନ ଯାଏ ତେବେ ଗୋଷ୍ଠୀର ସମସ୍ତ ସଦସ୍ୟା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବାପାଇଁ ଚେତାବନୀ ଦେଇଛନ୍ତି।

Hot this week

ପୂର୍ବରୁ ୧୩ଥର ହୋଇସାରିଛନ୍ତି , ଏବେ ପୁର୍ନବାର କାହିଁକି ?

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

Related Articles

Popular Categories