www.samajalive.in
Saturday, December 6, 2025
23.1 C
Bhubaneswar

ରାଜାଙ୍କୁ ହତ୍ୟା ପାଇଁ ସବୁ ଯୋଜନା କରିଥିଲା ସୋନମ୍‍, ହନିମୁନ୍‍ ପ୍ଲାନ୍‍ ଫେଲ୍‍ ହୋଇଥିଲେ ପ୍ରସ୍ତୁତ ଥିଲା ପ୍ଲାନ୍‍ ବି. . .

ସମାଜ ଡିଜିଟାଲ ଡେସ୍କ: ଇନ୍ଦୋରର ରାଜା ରଘୁବାଂଶୀ ହତ୍ୟା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ପଚରାଉଚରା କରୁଛି ପୁଲିସ । ଏହି ସମୟରେ ଏକ ବଡ ଖୁଲାସା କରିଛି ପୁଲିସ । ଦ୍ରୂତ ସୋନମ୍‍ ରଘୁବଂଶୀ ନିଜର ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ସବୁ ପ୍ରକାର ଯୋଜନା ପ୍ରସ୍ତୁତ କରିଥିଲା ବୋଲି ସ୍ପଷ୍ଟ ହୋଇଛି । ହନିମୁନ୍‍ ପ୍ଲାନ ଫେଲ୍‍ ମାରିଥିଲେ ସୋନମ୍‍ ପ୍ରସ୍ତୁତ ରଖିଥିଲା ପ୍ଲାନ୍‍ ବି । ଯାହାକୁ ନେଇ ପୁଲିସ ଏକ ବଡ ଖୁଲାସା କରିଛି । ଏହି ଚାରି ଜଣ ଅଭିଯୁକ୍ତ ଯଦି ରାଜାଙ୍କୁ ହତ୍ୟା କରିପାରି ନଥାନ୍ତେ, ତେବେ ସେଲଫି ନେବା ବାହାନାରେ ରାଜାଙ୍କୁ ଖାଇରୁ ତଳକୁ ଠେଲି ଦେବାର ପ୍ଲାନ୍‍ କରିଥିଲା ସୋନମ୍‍ ।

ରାଜା ରଘୁବଂଶୀ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ମାନେ ପୁଲିସ ନିକଟରେ ଅପରାଧ କରିଥିବା ନେଇ ସ୍ୱୀକାର କରିଛନ୍ତି । ପଚରାଉଚରା ସମୟରେ ପୁଲିସ ନିକଟରେ ହତ୍ୟା କରିଥିବା ନେଇ ମାନିଛନ୍ତି । ହତ୍ୟା କରିବା ପରେ ମୃତଦେହକୁ ନେଇ ସିଲଂରେ ଏକ ଖାଇକୁ ଫିଙ୍ଗି ଦିଆଯାଇଥିବା ଇନ୍ଦୋର କ୍ରାଇମବ୍ରାଞ୍ଚ ଟିମ୍‍ ସ୍ପଷ୍ଟ କରିଛି । ଅଭିଯୁକ୍ତମାନଙ୍କୁ ଗତ ଦୁଇ ଦିନ ଧରି ଲଗାତାର ଜେରା କରିବା ସହିତ ରାଜାଙ୍କ ପତ୍ନୀ ସୋନମ୍‍ ହିଁ ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଇଛି ।

- Advertisement -

ଏସିପି ପୁନମ ଚାନ୍ଦ ଯାଦବ କହିଛନ୍ତି ଯେ ଚାରି ଅଭିଯୁକ୍ତ ସେମାନଙ୍କର ଅପରାଧ ସ୍ୱୀକାର କରିଛନ୍ତି । ହତ୍ୟାର ମାଷ୍ଟରମାଇଣ୍ଡ ହେଉଛି ରାଜ କୁଶୱାହା । ବିବାହ ପୂର୍ବରୁ ମଧ୍ୟ ରାଜା ରଘୁବଂଶୀଙ୍କ ହତ୍ୟା ପାଇଁ ଏମାନେ ଯୋଜନା କରିଥିଲେ, ହେଲେ ତାହା ସମ୍ଭବ ହୋଇନଥିଲା । ସୋନମ୍‍ ଓ ରାଜା ହନିମୁନରେ ଯିବା ପୂର୍ବରୁ ଅଭିଯୁକ୍ତମାନେ ଶିଲଂ ଚାଲିଯାଇଥିଲେ ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories