www.samajalive.in
Friday, December 5, 2025
23.1 C
Bhubaneswar

ଅନ୍ଧବିଶ୍ୱାସ: କୁକୁର କାମୁଡିବା ପରେ ଝଡାଫୁଙ୍କା, ଚାଲିଗଲା ଯୁବକଙ୍କ ଜୀବନ

ସମାଜ ଡିଜିଟାଲ ଡେସ୍କ: ଛତିଶଗଡ ଅମ୍ବିକାପୁର ମେଡିକାଲ କଲେଜରେ ଅଭାବନୀୟ ଘଟଣା ଘଟିଛି । ଯେଉଁଠାରେ ଚିକିତ୍ସା ବଦଳରେ ଝଡାଫୁଙ୍କା ଓ ଜଡିବୁଟି ଦେଇ ଚିକିତ୍ସା କରିବା ଦ୍ୱାରା ଜଣେ ଯୁବକଙ୍କ ଜୀବନ ଯାଇଛି । ସୂଚନା ଅନୁଯାୟୀ ବଳରାମପୁର ଜିଲାର ବାସିନ୍ଦା ୨୨ବର୍ଷୀୟ ଅଭିନାଶ ଲାକ୍ରାଙ୍କୁ କୁକୁର କାମୁଡି ଦେଇଥିଲା । କିନ୍ତୁ ସେ ଠିକ୍‍ ସମୟରେ ଡାକ୍ତରଖାନା ଯାଇ ଆଣ୍ଟି-ରେବିଜ୍‍ ଇଞ୍ଜେକସନ ଦେଇନଥିଲେ । ବରଂ ସେ ଝଡାଫୁଙ୍କା ଏବଂ ଜଡିବୁଟି ସାହାଯ୍ୟରେ ଚିକିତ୍ସା କରିଥିଲେ ।
ପରିବାର ଲୋକଙ୍କ କହିବା ଅନୁଯାୟୀ ଅଭିନାଶଙ୍କୁ କୁକୁର କାମୁଡିବା ପରେ ସେ ଜଣେ ବାବାଙ୍କ ପାଖକୁ ଯାଇଥିଲେ । ସେ ଝଡାଫୁଙ୍କା କରିବା ପରେ କିଛି ଜଡିବୁଟି ଦେଇଥିଲେ । ବାବାଙ୍କ ଏଭଳି କାରାନାମା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି । ଯୁବକଙ୍କ ଅବସ୍ଥା ଏହାପରେ ସଂକଟାପନ୍ନ ହେବା ସହିତ ତାଙ୍କର ମୃତ୍ୟୁ ହୋଇଛି । ଅଭିନାଶଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟ ଏଭଳି ବାବାମାନଙ୍କ ପାଖକୁ ନଯିବାକୁ ଲୋକଙ୍କୁ ଅପିଲ୍‍ କରିଛନ୍ତି । କୁକୁର କାମୁଡିବା ମାତ୍ରେ ବିଳମ୍ବ ନକରି ତୁରନ୍ତ ହସ୍ପିଟାଲ ଯାଇ ଚିକିତ୍ସା କରିବା ଉଚିତ ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories