ସୁଆଣ୍ଡୋ : ପୁରୀଜିଲାର ବହୁଦିନ ଧରି ପ୍ରତିକ୍ଷିତ ହୋଇ ରହିଆସିଥିବା ଗବକୁଣ୍ଡ ସେତୁର ଶିଳାନ୍ୟାସ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ପୁରୀ ଜଳସେଚନ ବିଭାଜନ ତରଫରୁ ନିର୍ବାହୀଯନ୍ତ୍ରୀ ପ୍ରମୋଦ କୁମାର ରାଉତ, ଏସଡ଼ିଓ ଅନନ୍ତ ଷତପଥୀ ପୁତ ଜିଲାପରିଷଦ ସଭାପତି ଦିବାକର ପାତ୍ର, ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ, ପ୍ରାକ୍ତନ ଅଧିକାରୀ ଚନ୍ଦ୍ରଶେଖର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ସେତୁର ନିର୍ମାଣ ଅଟକଳ ୨୦ କୋଟି ୭୦ ଲକ୍ଷ ଟଙ୍କା ନାବାର୍ଡ଼ ପକ୍ଷରୁ ବ୍ୟୟ କରାଯିବ। ଏହି କାର୍ଯ୍ୟକ୍ରମରେ ସୁବାସ ସ୍ୱାଇଁ ସଭାପତିତ୍ୱ କରିଥିଲେ।
Popular Categories



