www.samajalive.in
Saturday, December 6, 2025
15.1 C
Bhubaneswar

ଜାଣନ୍ତୁ କେତେ ଉପକାରୀ ପିଆଜ ଚୋପା

ସାଧାରଣତଃ ଆମେ ସମସ୍ତେ ପିଆଜକୁ ଆମ ଖାଦ୍ୟରେ ସାମିଲ କରିଥାଆନ୍ତି। ଖାଦ୍ୟ ବ୍ୟତୀତ ଏହାକୁ ମଧ୍ୟ ଆହୁରି ଅନେକ ଉପାୟରେ ବ୍ୟବହାର କରିବା ଦ୍ବାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ। କେଶ ଓ ତ୍ବଚାର ସୌନ୍ଦର୍ୟ୍ୟ ବୃଦ୍ଧିରେ ଏହା ବିଶେଷ ଭାବେ ସହାୟକ ହୋଇଥାଏ। ପିଆଜର ତ ଅନେକ ଉପାଦେୟତା ଅଛି ଆମେ ଜାଣିଚେ। ହେଲେ ଖୁବ୍ କମ୍ ଲୋକେ ଏ ବିଷୟରେ ଜାଣିଥିବେ ଯେ, ଅଦରକାରୀ ଭାବି ଫୋପାଡ଼ି ଦେଉଥିବା ପିଆଜର ଚୋପା ମଧ୍ୟ ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହାର ଉପଯୋଗୀତା ବିଷୟରେ ଜାଣିଲେ ଆପଣ କେବେ ପିଆଜ ଚୋପାକୁ ଫୋପାଡ଼ିବେ ନାହିଁ। ତେବେ ଚାଲନ୍ତୁ ଜାଣିବା ପିଆଜ ଚୋପା ଆମର କେଉଁ କାମରେ ଲାଗିଥାଏ –

-ପିଆଜ ଚୋପାର ବ୍ୟବହାର ଦ୍ବାରା ତ୍ବଚା ସମସ୍ୟାରୁ ମୁକ୍ତି ମିଳିଥାଏ। ପିଆଜ ଚୋପାକୁ ରାତିରେ ପାଣିରେ ବତୁରାଇ ରଖନ୍ତୁ। ସକାଳେ ସେହି ପାଣିରେ ମୁହଁକୁ ଧୁଅନ୍ତୁ। ଏହାଦ୍ବାରା ମୁହଁରେ ଦେଖାଦେଉଥିବା ଅନେକ ସମସ୍ୟା ଦୂର ହୋଇଥାଏ।
-ଘରେ ପୋକଯୋକ ଏବଂ ମଶା ଡାଆଁଶରୁ ରକ୍ଷା ପାଇବା ପାଇଁ ପିଆଜ ଚୋପାକୁ କାମରେ ଲଗା ଯାଇପାରିବ। ପିଆଜ ଚୋପାକୁ ରାତିରେ ବତୁରାଇ ରଖିବା ପରେ ଏହାକୁ ଝରକା ପାଖେ ଏବଂ କବାଟ ପାଖେ ରଖନ୍ତୁ। ଏହାର ତୀବ୍ର ଗନ୍ଧରେ ମଶା ଏବଂ ଅନ୍ୟ ପୋକଯୋକ ଘର ଭିତରକୁ ପ୍ରବେଶ କରିପାରିବେ ନାହିଁ।
-ପିଆଜ ଚୋପାକୁ ହେୟାର କଣ୍ଡିସନର ଭାବେ ମଧ୍ୟ ବ୍ୟବହାର କରିପାରିବେ। କେଶକୁ ଭଲଭାବେ ଧୋଇବା ପରେ ପିଆଜ ଚୋପା ପାଣିରେ କିଛି ସମୟ ସଫା କରନ୍ତୁ। ଏହା ଦ୍ବାରା ବାଳ ଚମକିବା ସହ କୋମଳ ହୋଇଥାଏ।
-ପିଆଜ ଚୋପାରେ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ରହିଥାଏ ଓ ଏଥିରେ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ମଧ୍ୟ ରହିଥାଏ। ପିଆଜ ଚୋପା ମଧ୍ୟ କ୍ୟାନସର କୋଷିକାକୁ ବଢ଼ିବାରୁ ରୋକିଥାଏ। ଆପଣ ଏହି ପିଆଜ ଚୋପାର ଚାହା ମଧ୍ୟ ପ୍ରସ୍ତୁତ କରି ପାରିବେ। ପ୍ରତିଦିନ ଶୋଇବା ପୂର୍ବରୁ ଏହାକୁ ପିଇ ଶୋଇବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories