www.samajalive.in
Monday, December 8, 2025
24.1 C
Bhubaneswar

ଦେଉଳବାଡି ଗ୍ରାମରେ ପାନୀୟ ଜଳ ସମସ୍ୟା

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡଗୁଡା ପଞ୍ଚାୟତର ଦେଉଳବାଡି ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଉକ୍ତ ଗ୍ରାମରେ ଦୁଇଟି ସାହିରେ ପ୍ରାୟ ୩୫ଟି ଘର, ୩୦୦ ଜନସଂଖ୍ୟା ରହିଛି। ଗ୍ରାମରେ ତିନୋଟି ନଳକୂପ ରହିଛି କିନ୍ତୁ ଏକ ହାଣ୍ଡି ପାଣି ବାହାରୁ ନାହିଁ। ଯେଉଁ ନଳକୂପରୁ ପାଣି ବାହାରୁଚି ତାହା ବ୍ୟବହାରେ ଉପଯୋଗୀ ନୁହେଁ। ସେଥିରୁ କେବଳ ଲୁହା ଗୁଣ୍ଡ ଭଳି ପାଣି ବାହାରୁଛି। ଗ୍ରାମବାସୀ ନଳକୂପ ଖରାପ ହୋଇଥିବା ନେଇ ପଞ୍ଚାୟତରେ କହି ଆସୁଥିଲେ କିନ୍ତୁ କିଛି ପ୍ରଭାବ ପଡୁନଥିଲା। ଗ୍ରାମ ପାଖରେ ଥିବା ପୋଖରୀ ନିକଟରେ ଏକ ଝର ବାହାରିବାରୁ ଗ୍ରାମବାସୀ ସେହି ଝର ନିକଟରେ ଏକ ଚୁଆ ଖୋଲି ସେଥିର ପାଣି ବ୍ୟବହାର କରି ଆସୁଛନ୍ତି। ପୋଖରୀରେ ଗାଈଗୋରୁ ଠାରୁ ଆରମ୍ଭ କରି ଲୋକମାନେ ଲୁଗାପଟା ସଫା ମଧ୍ୟ କରି ଉକ୍ତ ପାଣିକୁ ବ୍ୟବହାରୁ କରି ଆସୁଛନ୍ତି।

ସୂର୍ଯ୍ୟ କରିବେ ଚଳନ ; ଏକାଠି ହେବେ ବୁଧ,ବୃହସ୍ପତି, ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, ଜାଣନ୍ତୁ କେଉଁଥିରେ ମିଳିବ ସଫଳତା..

- Advertisement -

ଯାହାଫଳରେ ଗ୍ରାମରେ ପ୍ରାୟ ୩ ରୁ ୪ ଜଣ କିଡ୍‌ନୀ ରୋଗରେ ଆକ୍ରାନ୍ତ ସହ ଅନ୍ୟମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିବା ଜଣାପଡିଛି। ଏହାକୁ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମର ମମିଳା ଝାଲିଆ, ମାଣିକାଲୁ ମହେଶ୍ୱେରୀ, ସହେନ୍ଦ୍ରି ସାଲକା, ଗାଙ୍ଗନା କୁନି, କସ୍ତୁରୀ ଗୁନା, ପାର୍ବତୀ ସାହୁ, ଦାଣ୍ଡୁପାତି ସାରଦା, ଦାଣ୍ଡୁପାତି ଗୌରୀ, ଦାଣ୍ଡୁପାତି ପାର୍ବତୀ ପ୍ରମୁଖ ଅଭିଯୋଗ କରିଛନ୍ତି। ଏହାକୁ ନେଇ ବୁଡଗୁଡା ସରପଞ୍ଚ ଶ୍ରରାମ କାଡ୍ରାକା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉକ୍ତ ଗ୍ରାମକୁ ଯାଇ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି। ଏ ସମ୍ପର୍କରେ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ବିଭୁତି ପଣ୍ଡା ଙ୍କୁ ପଚାରିବାରୁ ଏ ସମ୍ପର୍କରେ କିଏ ଜଣାଇନାହାନ୍ତି, ଦୁଇ ଦିନ ମଧ୍ୟରେ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି।
ଗ୍ରୀଷ୍ମ ଋତୁ ପୂର୍ବରୁ ବ୍ଲକରେ ଥିବା ସମସ୍ତ ନଳକୂପ ମରାମତି ହୋଇନଥିବାରୁ ପାନୀୟ ଜଳ ସମସ୍ୟା ଦେଖାଦେଉଛି ବୋଲି ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି।

ମାତ୍ର ୪୧୨ଟଙ୍କା ଦେଇ ଘରକୁ ନେଇ ଆସନ୍ତୁ ରେଡ୍‌ମିର ଏହି ୫ଜି ସ୍ମାର୍ଟଫୋନ୍‌, ଜବରଦସ୍ତ ଫିଚର୍‌ ପୁଣି ମିଳିବ ରିହାତି..

ହସି ହସି ଗଡି ଯିବେ.. ଦେଖନ୍ତୁ ଭିଡିଓ ; ବିବାହ ଭୋଜିରେ ଲଫାପା ନାହିଁ ତ ଖାଇବା ପ୍ଲେଟ ନାହିଁ

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories