www.samajalive.in
Sunday, December 7, 2025
26.1 C
Bhubaneswar

୩ ରାଶି ପାଇଁ ଏହି ସପ୍ତାହ ଅତ୍ୟନ୍ତ ଶୁଭପ୍ରଦ: କ୍ୟାରିୟରରେ ସଫଳତା ସହ ରହିଛି ଭ୍ରମଣ ଯୋଗ

ସମାଜ ଡିଜିଟାଲ ଡେସ୍କ: ଜୁନ୍‌ ୯ରୁ ମାସର ନୂଆ ସପ୍ତାହ ଆରମ୍ଭ ହୋଇଛି। ଏହି ସପ୍ତାହରେ ଅନେକ ଗ୍ରହଙ୍କ ସଂଯୋଗ ହେବ, ଯଦ୍ବାରା ୧୨ ରାଶି ପ୍ରଭାବିତ ହେବେ। ଜ୍ୟୋତିଷ ଗଣନା ଅନୁସାରେ, ଜୁନ୍ ୧୫, ୨୦୨୫ରେ ସୂର୍ଯ୍ୟ ମିଥୁନ ରାଶିରେ ପ୍ରବେଶ କରିବେ, ଯାହା ଏକ ଗୁରୁତ୍ଵପୂର୍ଣ୍ଣ ଜ୍ୟୋତିଷ ପରିବର୍ତ୍ତନ। ଏହି ରାଶିରେ ବୃହସ୍ପତି ଏବଂ ବୁଧ ପୂର୍ବରୁ ହିଁ ଉପସ୍ଥିତ ଥିବେ। ତେଣୁ ବୁଧ ଏବଂ ସୂର୍ଯ୍ୟଙ୍କ ସଂଯୋଗ ହେବ, ଯାହା ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି କରିବ। ଏହା ବ୍ୟତୀତ ଜୁନ୍ ୧୩ ତାରିଖରେ ଶୁକ୍ର ନକ୍ଷତ୍ର ପରିବର୍ତ୍ତନ କରିବେ। ସେ ଭରଣୀ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି। ଅପରପକ୍ଷେ ସେହିଦିନ ଦେବ ଗୁରୁ ମଧ୍ୟ ଆର୍ଦ୍ରା ନକ୍ଷତ୍ରରେ ନିଜ ସ୍ଥାନ ଗ୍ରହଣ କରିବେ। ଏହି ସମୟରେ ଗ୍ରହମାନଙ୍କ ଶୁଭ ପ୍ରଭାବ ଯୋଗୁଁ ଏହି ତିନୋଟି ରାଶିର ବ୍ୟକ୍ତିଙ୍କୁ ସପ୍ତାହ ସାରା ମନ ବାଞ୍ଛିତ ଲାଭ ମିଳିପାରେ। କ୍ୟାରିୟରରେ ମଧ୍ୟ ବିଶେଷ ଫଳ ପ୍ରାପ୍ତି ହେବ। ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଙ୍କ ନାଁ –

ମିଥୁନ:

- Advertisement -

ଜୁନ୍‌ର ନୂତନ ସପ୍ତାହ ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁବ୍‌ ଶୁଭପ୍ରଦ। ଏହି ସପ୍ତାହରେ ଆପଣଙ୍କ ପରିବାରରେ ଜଣେ ପ୍ରିୟଜନଙ୍କ ଆଗମନ ହେବ। ପୁରୁଣା କଥାକୁ ନେଇ ଚାଲିଥିବା ଉତ୍ତେଜନା ବା ବିବାଦ ଶେଷ ହେବ ଏବଂ ଆପଣ ତେଜସ୍ବୀ ଅନୁଭବ କରିବେ। ବ୍ୟବସାୟକୁ ନେଇ ଯାତ୍ରା ଯୋଗ ରହିଛି। ଏହି ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ହେବ। କ୍ୟାରିୟରରେ ସଫଳତା ପ୍ରାପ୍ତି ହେବ। ଆପଣଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠା ଦ୍ବାରା ଦୈନିକ ଆୟ ମଧ୍ୟ ବୃଦ୍ଧି ପାଇବ। ସପ୍ତାହ ସାରା ସମ୍ପର୍କରେ ସହଯୋଗ ଏବଂ ପ୍ରେମ ରହିବ। ବୈବାହିକ ଜୀବନ ମଧୁର ହେବ। ଚାକିରିଆମାନଙ୍କୁ ନୂତନ ସୁଯୋଗ ମିଳିବ। ବନ୍ଧୁମାନଙ୍କ ସହିତ ବୁଲିବାର ସୁଯୋଗ ମିଳିବ। ଜୀବନରେ ସୁଖ ଓ ସମୃଦ୍ଧି ଆସିବ।

ସିଂହ ରାଶି: 

ସିଂହ ରାଶିର ବ୍ୟକ୍ତିମାନଙ୍କୁ ଏହି ସପ୍ତାହରେ ଅନେକ ଭଲ ଖବର ମିଳିବ। ଆପଣଙ୍କ ପ୍ରେମ ଜୀବନରେ ଚାଲିଥିବା କଳହ ବା ମନାନ୍ତର, ମତାନ୍ତର ଦୂର ହେବ ଏବଂ ସମ୍ପର୍କରେ ମଧୁରତା ଆସିବ। ବିଶେଷ କଥା ହେଉଛି ଆପଣଙ୍କ ଭିତରୁ ସମସ୍ତ ପ୍ରକାରର ଭୟ ଦୂର ହୋଇଯିବ। ଭାବପ୍ରବଣ ଆସକ୍ତି ଅନୁଭବ କରିବେ। ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ସାମାଜିକ କ୍ଷେତ୍ରରେ ସନ୍ତୁଳନ ବଜାୟ ରଖନ୍ତୁ। ଅନାବଶ୍ୟକ ଚିନ୍ତା ଏବଂ ଚାପରୁ ମୁକ୍ତ ରହିବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବିବାହଯୋଗ୍ୟ ଲୋକଙ୍କ ବିବାହ ସ୍ଥିର ହୋଇପାରେ। ନିବେଶରେ ଲାଭ ମିଳିବ। କ୍ୟାରିୟରରେ ଶୁଭଫଳ ପ୍ରାପ୍ତି ହେବ।

ଧନୁ ରାଶି: 

ଧନୁ ରାଶିର ଲୋକମାନଙ୍କର ସୃଜନଶୀଳ କାର୍ଯ୍ୟ ଏବଂ କଳାତ୍ମକ ଅଭିବ୍ୟକ୍ତି ପ୍ରତି ଆଗ୍ରହ ବଢ଼ିପାରେ। ଏହି ସମୟ ଆପଣଙ୍କ ସାମାଜିକ ନେଟୱର୍କକୁ ଶକ୍ତି ପ୍ରଦାନ କରୁଛି। ଜୀବନ ସାଥୀଙ୍କ ସହ ଭ୍ରମଣ ଯୋଗ ରହିଛି। ଯେଉଁମାନେ ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ସେମାନେ ଏହି ସପ୍ତାହରେ ଶୁଭ ଫଳ ପାଇବେ। ଘରୁ ଦୂରରେ ରହୁଥିବା ଲୋକମାନେ ନିଜ ପରିବାର ତଥା ପ୍ରିୟଜନଙ୍କ ସହ ସମୟ ବିତାଇବାର ସୁଯୋଗ ପାଇବେ। ଆର୍ଥିକ ଲାଭ ହେବ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories