ସମ୍ବଲପୁର : ସମ୍ବଲପୁରର ବରେଇପାଲି ଥାନାରେ ଗତ ରବିବାର ରାତ୍ରିରେ କାର୍ଯ୍ୟରତ ଓଏପିଏଫ କନେଷ୍ଟବଳ ଜଣେ ନାବାଳିକାଙ୍କ ସହିତ ଅସଦାଚରଣ କରିଥିବା ଅଭିଯୋଗ ସୋମବାର ହୋଇଥିଲା। ଫଳରେ ବରେଇପାଲି ଥାନାରେ ପୋକ୍ସୋ ଆଇନ ଅନୁଯାୟୀ ମାମଲା ସଂଖ୍ୟା ୯୬/୨୦୨୫ ମାମଲା ରୁଜୁ କରି ଘଟଣାର ତଦନ୍ତ ପୁଲିସ କରିଥିଲା। ବାମରା ଅଞ୍ଚଳ ମୂଳ ନିବାସୀ ତଥା କନେଷ୍ଟବଳ ବିରଞ୍ଚି ମୁଣ୍ଡା (୩୮) ବରେଇପାଲି ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ। ସମ୍ପର୍କୀୟ ମାମୁଁ ହୋଇଥିବାରୁ କନେଷ୍ଟବଳ ବିରଞ୍ଚି ମୁଣ୍ଡା ନାବାଳିକାଙ୍କ ଘରକୁ ଯାତାୟାତ କରୁଥିଲେ। ରବିବାର ରାତ୍ରିରେ ଶୀତଳଷଷ୍ଠୀ ଦେଖାଇବା ବାହାନାରେ ନାବାଳିକାକୁ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ତେବେ ପୀଡିତା କୌଣସି ମତେ ସେହି ସ୍ଥାନରୁ ଖସି ଆସି ପରିବାରକୁ ଜଣାଇଥିଲା। ଫଳରେ ସ୍ଥାନୀୟ ବରେଇପାଲି ଥାନାରେ ଅଭିଯୋଗ କରାଯାଇଥିଲା। ଏହି ଘଟଣାର ତଦନ୍ତ ସମୟରେ ବିରଞ୍ଚିକୁ ଗିରଫ କରି ଅଦାଲତକୁ ମଙ୍ଗଳବାର ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହୋଇଯିବାରୁ ସମ୍ବଲପୁର ମଣ୍ଡଳ ଜେଲକୁ ପଠାଇ ଦିଆଯାଇଛି। ଅପରପକ୍ଷରେ ଏହି ଘଟଣାକୁ ନେଇ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାକିରିରୁ ବିରଞ୍ଚିଙ୍କୁ ବହିଷ୍କାର କରିଛନ୍ତି ବୋଲି ସୂଚନା ଦେଇଛନ୍ତି।
ଦେଖନ୍ତୁ ଭୟଭୀତ କରିବ ଭିଡିଓ ; ଘର ସଫା କରୁଥିଲେ, ଡବା ଭିତରୁ ମିଳିଲା ୧୦୦ ସାପ, ତା’ପରେ



