ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଶାହଜହାଁପୁରରୁ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ସାଧାରଣତଃ ସାପକୁ ବାହାରେ ହେଉ କିମ୍ବା ଘରେ ଦେଖିଲେ ଭୟ ଲାଗି ଥାଏ। ତେବେ ଚିନ୍ତା କରନ୍ତୁ ଗୋଟିଏ କି ଦୁଇଟି ନୁହେଁ ବରଂ ଏକାଧିକ ସାପକୁ ଏକାଠି ଦେଖିଲେ ହୋସ୍ ଉଡିବା ସାଧାରଣ କଥା। ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଶାହଜହାଁପୁରର ଜଲାଲାବାଦ କ୍ଷେତ୍ର ଅର୍ନ୍ତଗତ ମୁଦିଆର ଏକ ଗାଁରୁ ଜଣେ ବ୍ୟକ୍ତିଙ୍କ ଘରୁ ପ୍ରାୟ ୧୦୦ଟି ସାପଟି ଏକାଠି ଉଦ୍ଧାର ହୋଇଛି । ଏହି ଘଟଣା ଜଣାପଡିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଗ୍ରାମର ନିବାସୀ ଶ୍ରବଣ କୁମାର ନିଜ ଘରକୁ ସଫା କରୁଥିଲେ । ସେହି ସମୟରେ ଘରର କୋଣରେ ଏକ ପ୍ଲାଷ୍ଟିକ୍ର ବଡ ଡବା ଥିଲା । ସେ ତା’କୁ ଉଠାଇ ଆଣିବା ମାତ୍ରେ ଗୋଟିଏ ସାପ ହଠାତ୍ ଡବାରୁ ବାହାରକୁ ପଳାଇଆସିଥିଲା। ମାତ୍ର କିଛି ସମୟରେ ଡବାର ଅବସ୍ଥା ଦେଖି ସେ ଛାନିଆ ସହ ଭୟଭୀତ ହୋଇ ଯାଇଥିଲେ। ସେହି ଡବା ଭିତରେ ପ୍ରାୟ ୧୦୦ଟି ସାପ ଦେଖିଥିଲେ । ସାପ ଗୁଡିକ ପରସ୍ପର ସହ ଗୁଡାଇ ହୋଇ ରହିଥିବା ଦେଖିଲେ । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
शाहजहांपुर में साँपों का ज़ख़ीरा। यहाँ के मुड़िया कला गांव में एक घर से 100 से ज्यादा सांप निकले तो ग्रामीणों में दहशत हो गई।#snakeboard #ViralVideos #ViratKohli𓃵 #deprem #TikTok #paobc #BINI #RCBvPBKS #BINIverseWorldTour2025 #DELTARUNE #viralvideo #sanjaykinazar #Islam pic.twitter.com/9MhnKcg3Kz
— SANJAY TRIPATHI (@sanjayjourno) June 4, 2025
ଶ୍ରବଣ ତୁରନ୍ତ ଗାଁ ଲୋକଙ୍କୁ ଡାକିଥିଲେ। ଖବର ପାଇ ସାପ ଧରାଳୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡି ଥିଲେ।
ଭାଇରାଲ୍ ହେଉଥିବା ସାପର ଏହି ଭିଡିଓରେ ଦେଖିପାରିବେ, ଏକ ପ୍ଲାଷ୍ଟିକ୍ର ବଡ ଡବା ମଧ୍ୟରେ ପରସ୍ପର ସହ ଗୁଡାଇ ହୋଇ ପାଖାପାଖି ୧୦୦ଟି ସାପ ରହିଛନ୍ତି । ଭିଡିଓଟି ଭୟଙ୍କର ମଧ୍ୟ ଲାଗୁଛି।
ସ୍ଥାନୀୟ ଲୋକେ ଏହି ଦୃଶ୍ୟ ଦେଖି କହିଥିଲେ, ଏହା ହୁଏତ ଖୁବ୍ ବିଷାକ୍ତ ସାପ । ସେମାନେ ପୂର୍ବରୁ କେବେ ମଧ୍ୟ ଏଭଳି ସାପ ଦେଖି ନାହାଁନ୍ତି । କିଛି ଲୋକେ କହିଥିଲେ ଏହା ପୂର୍ବ ସମୟର ଦୁର୍ଲ୍ଲଭ ସାପ । ଏହା ପୂର୍ବରୁ ମେରଠର ଏକ ଗାଁରୁ ଗୋଟିଏ ଘରୁ ପ୍ରାୟ ୫୨ଟି ସାପ ଉଦ୍ଧାର ହୋଇଥିଲେ । ସେହିପରି ୨୦୨୨ରେ ମଦୁଆନା ଗାଁରୁ ପ୍ରାୟ ୯୦ଟି ନାଗସାପ ଛୁଆ ପୁରୁଣା ମାଠିଆରୁ ଉଦ୍ଧାର ହୋଇଥିଲେ । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା।



